Site icon UTKAL PRATIDIN

ମା’ ହେଲେ ଏସିଡ୍ ପୀଡ଼ିତା ପ୍ରମୋଦିନୀ

3

ଭୁବନେଶ୍ୱର: ପ୍ରମୋଦିନୀ ରାଉଳ..ଖବରକାଗଜ ଓ ଟିଭି ଚ୍ୟାନେଲରେ ଜଣେ ପିରିଚିତ ନାଁ। ଯିଏକି ଏସିଡ ଆକ୍ରମଣର ଶିକାର ହୋଇ ବର୍ତ୍ତିବା ପରେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଥିବା ଏହି ମହିଳା ଏବେ ଜଣେ ସନ୍ତାନର ମା’ ହୋଇଛନ୍ତି। ପ୍ରମୋଦିନୀ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଏବେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

୨୦୦୯ ମସିହାରେ ପ୍ରମୋଦିନୀଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଏକ ଭୟଙ୍କର ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ଯାହା ତାଙ୍କୁ ଗଭୀର ଆଘାତ ଦେଇଥିଲା। ସେହି କଷ୍ଟର ପରିମାଣ ଅବର୍ଣନୀୟ। ତେବେ କଟକର ଏକ ଘରୋଇ ନର୍ସିଂହୋମରେ ସରୋଜଙ୍କୁ ଭେଟିବା ପରେ ତାଙ୍କ ଜୀବନରେ ଏକ ସୁନ୍ଦର ମୋଡ଼ ଆସିଥିଲା। ସେମାନଙ୍କ ସମ୍ପର୍କ ଆହୁରି ଦୃଢ଼ ହେଲା ଏବଂ ୨୦୨୧ରେ ସେମାନେ ପ୍ରେମ ବିବାହ କରିଥିଲେ।

ପ୍ରମୋଦିନୀ ନିଜର ଖୁସି ଜାହିର କରି କହିଛନ୍ତି, ମୁଁ ବହୁତ ଖୁସି ଯେ ମୋତେ ଏକ ସନ୍ତାନ ମିଳିଛି, ଯାହା ପ୍ରତ୍ୟେକ ମହିଳାଙ୍କର ସ୍ୱପ୍ନ। ମୋ ଜୀବନ ବିଭିନ୍ନ ଜଟିଳତା ଓ ଆହ୍ୱାନରେ ଭରି ରହିଛି, କିନ୍ତୁ ଏବେ ସମୟ ଆସିଛି ଏକ ନୂଆ ଅଧ୍ୟାୟକୁ ଆଲିଙ୍ଗନ କରିବାର।”

ପ୍ରମୋଦିନୀ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଅନେକ ଥର ଅସ୍ତ୍ରୋପଚାର କରିଥିଲେ ମଧ୍ୟ ସୁଫଳ ମିଳିନଥିଲା। ତେବେ ୨୦୧୭ ଜୁଲାଇରେ ଚେନ୍ନାଇରେ ଅପରେସନ ପରେ ତାଙ୍କ ବାମ ଆଖିରେ ୨୦ ପ୍ରତିଶତ ଦୃଷ୍ଟି ଶକ୍ତି ଫେରି ପାଇଥିଲା, ଯାହା ତାଙ୍କୁ ଆଶା ଓ ସହନଶୀଳତାର ଏକ କିରଣ ପ୍ରଦାନ କରିଥିଲା।

Exit mobile version