Site icon UTKAL PRATIDIN

କିଆରାଙ୍କୁ ବିବାହ ପରେ ବଦଳିଯାଇଛି ମୋ’ ଜୀବନ: ସିଦ୍ଧାର୍ଥ

download (2)

ବମ୍ବେ: ବିବାହ ପରେ ବଦଳିଗଲେଣି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ଏକଥା ଆମେ ନୁହେଁ, ଅଭିନେତା ନିଜେ କହିଛନ୍ତି। ଲୋକପ୍ରିୟ ଚାଟ୍‌ ଶୋ’ ‘କଫି ଉଇଥ୍‌ କରନ୍‌ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଶୋ’ର ଆଗାମୀ ଏପିସୋଡରେ ଅଭିନେତା ବରୁଣ ଧାଓ୍ବନଙ୍କ ସହ ସିଦ୍ଧାର୍ଥ ନଜର ଆସିବେ। ଉଭୟ କରନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଯୋଗେ ବଲିଉହ୍‌ରେ ଡେବ୍ୟୁ କରିଥିଲେ। ସେବେଠାରୁ ସିଡ୍‌ ଏବଂ ବରୁଣ ପରସ୍ପରର ଭଲ ବନ୍ଧୁ ରହି ଆସିଛନ୍ତି। ଉଭୟ ବିବାହ ମଧ୍ୟ କରିସାରିଲେଣି।

ସିଦ୍ଧାର୍ଥ ଚଳିତ ବର୍ଷ ହାତକୁ ଦୁଇ ହାତ ହୋଇଥିବା ଯୋଗୁ ସ୍ତ୍ରୀ କିଆରା ଆଡଭାଣୀଙ୍କୁ ନେଇ ଶୋ’ରେ ଅନେକ କିଛି କହିଛନ୍ତି। ଦୁହେଁ ପରିବାରକୁ ବେଶ ଗୁରୁତ୍ୱ ଦେଇଥାନ୍ତି। କିଆରାଙ୍କ ଲାଗି ସିଦ୍ଧାର୍ଥ ପୂର୍ବପେକ୍ଷା ଦାୟିତ୍ୱବାନ, ପରିଶ୍ରମୀ ହୋଇଯାଇଛନ୍ତି। ପୂର୍ବରୁ ବମ୍ବେରେ ସାଙ୍ଗମାନଙ୍କ ସହ ରହିବାକୁ ପଡ଼ୁଥିବା ବେଳେ ଏବେ ଜଣେ ପାର୍ଟନର ମିଳିଯାଇଛନ୍ତି। ଭଲପାଇବା ଅଧିକ ଥିବାରୁ କିଆରାଙ୍କ ଯତ୍ନ ନେବାକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି ବୋଲି ମଧ୍ୟ ସିଦ୍ଧାର୍ଥ କହିଛନ୍ତି।

Exit mobile version