Site icon UTKAL PRATIDIN

୩ଦିନ ପାଇଁ ମୋ ବସ ସେବା ବାଧାପ୍ରାପ୍ତ

MoBus

ରାଜଧାନୀରେ ମୋ ବସ ସେବା ବାଧାପ୍ରାପ୍ତ । ‘ମୋ ବସ’ ଚଳାଚଳ ବାଧାପ୍ରାପ୍ତ ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଆବଶ୍ୟକ ହେଲେ ରୁଟ୍‌ରେ ପରିବର୍ତ୍ତନ କରାଯାଇପାରେ। ରୁଟ୍ ନମ୍ବର ୯, ୧୦, ୧୧, ୧୨, ୧୩ ବାଧାପ୍ତାପ୍ତ ହେବ। ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭ ରୁଟ୍‌ ବି ପ୍ରଭାବିତ ହେବ। ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦ ପ୍ରଭାବିତ ହେବ। ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଡିଜିିପି ସମ୍ମିଳନୀରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମ୍ମିଳନୀରେ ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ହେବ ଆଲୋଚନା। ସେଥିପାଇଁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି।

Exit mobile version