Site icon UTKAL PRATIDIN

ଯୁବତୀଙ୍କ ଉପରେ ଚଢିଗଲା ମୋ ବସ, କଟିଗଲା ହାତ

Accident_1730528991

ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା।ଯୁବତୀଙ୍କ ଉପରେ ମାଡ଼ିଗଲା ମୋ ବସ ।ଦୁର୍ଘଟଣାରେ ଯୁବତୀଙ୍କ ବାମ ହାତ ଛିଡ଼ିଯାଇଛି ।ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳ ପ୍ରାୟ ୯ଟା ସମୟରେ ଯୁବତୀଙ୍କ ଜଣଙ୍କ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଯୁବତୀଙ୍କ ପଛରେ ଆସୁଥିବା ବାଇକ୍ ଚାଳକଙ୍କୁ ‘ମୋ ବସ୍‌’ ଟି ଧକ୍କା ଦେଇଥିଲା। ବାଇକ୍ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ଯୁବତୀଙ୍କୁ ଧକ୍କା ଦେଇଥିଲା।

ଯୁବତୀ ଜଣଙ୍କ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ମୋ ବସ୍‌’ଟି ଯୁବତୀଙ୍କୁ ହାତ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଯୁବତୀଙ୍କ ହାତ କଟିଯାଇଥିଲା। ପରେ ‘ମୋ ବସ୍‌’ ଡ୍ରାଇଭର ଗାଡ଼ି ନେଇ ସେ ସ୍ଥାନରୁ ଚମ୍ପଟ ମାରିଥିଲା।

Exit mobile version