ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଜଣେ ଧର୍ମନିରପେକ୍ଷ ନେତା କହି ପ୍ରଶଂସା କରିଛନ୍ତି NCP ମୁଖ୍ୟ ଶରଦ ପାୱାର | ପଡୋଶୀ ଦେଶରେ ଯେପରି କୌଣସି ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି ନ ହେବ ସେଥିପାଇଁ ୟୁନୁସ ଚେଷ୍ଟା କରିବେ ବୋଲି କହିଛନ୍ତି ପାୱାର |
ବାଂଲାଦେଶର ସରକାର ବଦଳିବା ପରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି | ମନ୍ଦିର ଉପରେ ଆକ୍ରମଣ କରାଯାଉଛି | ଇତିମଧ୍ୟରେ ଅର୍ଥଶାସ୍ତ୍ରବିଦ ମହମ୍ମଦ ୟୁନୁସ ଗୁରୁବାର ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଶପଥ ନେଇଛନ୍ତି |
ପୁଣେରେ ସାମ୍ବାଦିକମାନଙ୍କୁ ଏକ ସାକ୍ଷାତ ଦେଇ ଶରଦ ପାୱାର କହିଛନ୍ତି, ମୋ ଜାଣିବାରେ ୟୁନୁସ ଜଣେ ଧର୍ମ ନିରପେକ୍ଷ ଲୋକ | କିଛି ବର୍ଷ ତଳେ ସେ ପୁନେ ଆସିଥିଲେ | ସେ କେବେ ବି ସମ୍ପ୍ରଦାୟ, ଭାଷା ସମୂହଙ୍କ ଉପରେ ବିଭେଦ ସୃଷ୍ଟି ହେଲା ପରି କାମ କରିବେନି | ବାଂଲାଦେଶ ପାଇଁ ଏବେ ଏକ ସନ୍ତୁଳନ ରଖିବାର ଆବଶ୍ୟକତା ରହିଛି | ସ୍ଥିତିରେ ଶୀଘ୍ର ପରିବର୍ତ୍ତନ ଆସିବ | ଏଥିପାଇଁ ଭାରତ ସବୁ ପ୍ରକାର ସହଯୋଗ କରିବ ବୋଲି ପାୱାର କହିଛନ୍ତି |
ମହମ୍ମଦ ୟୁନୁସଙ୍କୁ ଧର୍ମନିରପେକ୍ଷ କହି ପ୍ରଶଂସା କଲେ ଶରଦ ପାୱାର
