
ଢ଼ାକା: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି | ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି | ଦାୟିତ୍ୱ ନେବା ପରେ ମଙ୍ଗଳବାର ମହମ୍ମଦ ୟୁନୁସ୍ କହିଛନ୍ତି, ଉପଯୁକ୍ତ ସ୍ଥାନ ନଦେବା କାରଣରୁ ଶେଖ ହସିନା କ୍ଷମତା ହରାଇଛନ୍ତି | ସେ ଏବେ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଦେଶରେ ଶାନ୍ତି ଫେରାଇ ଆଣିବାକୁ ସେ ଚେଷ୍ଟା କରିବେ |
ସେ କହିଛନ୍ତି, ବାଂଲାଦେଶରେ ଜାନୁଆରୀରେ ହୋଇଥିବା ନିର୍ବାଚନ ଠିକ୍ ଭାବେ ହୋଇନଥିଲା। ୧୫ ବର୍ଷ କ୍ଷମତାରେ ରହିବ ପରେ ଶେଖ୍ ହସିନା ଶକ୍ତିଶାଳୀ ହୋଇଯାଇଥିଲେ | ଯାହାକୁ ନେଇ ଲୋକେ ଅସନ୍ତୁଷ୍ଟ ଥିଲେ। ବେକାରୀ ସମସ୍ୟାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ଯାହା ଫଳରେ ଏପରି ଘଟିଥିଲା |
ସୂଚନା ଥାଉ କି, ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶରେ ଅରାଜକତା ସୃଷ୍ଟି ହୋଇଛି | ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି | ଆୱାମୀ ଲିଗ୍ ନେତାଙ୍କ ଘର ଓ ହୋଟେଲ ଉପରେ ଆକ୍ରମଣ କଯଂ ନିଆଁ ଲଗାଇ ଦେଇଛନ୍ତି | ଫଳରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି | ମୃତକଙ୍କ ମଧ୍ୟରେ ଜଣେ ଇଣ୍ଡୋନେସିଆ ନାଗରିକ ମଧ୍ୟ ଅଛନ୍ତି।