Site icon UTKAL PRATIDIN

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

WhatsApp-Image-2024-03-11-at-1.53.46-PM

ଭୁବନେଶ୍ବର: ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ ହଜାର ଟଙ୍କା ଦରମା ବୃଦ୍ଧି ସହ ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଏନେଇ ରାଜମହଲ ଛକରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ ।

ଏହି ଆନ୍ଦୋଳନ ଯୋଗୁଁ ଉଠିପାରୁନି ଅଳିଆ । ରାଜଧାନୀର ପ୍ରାୟ ୫୩ଟି ୱାର୍ଡରେ ସଫେଇ କାମ ଠପ୍ ହେଇ ରହିଛି । ସ୍ଵଳ୍ପ ଦରମା କାରଣରୁ ପରିବାର ଚଳେଇବା କଷ୍ଟକର ହୋଇପଡୁଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନରତ କର୍ମଚାରୀମାନେ ।

ଦରମା ବୃଦ୍ଧି ପାଇଁ ଅନେକ ଦିନରୁ ବିଏମସି ନିକଟରେ ଦାବି ଜଣାଇ ଆସୁଥିଲେ ମଧ୍ୟ ଆଯାଏଁ ଦାବି ପୂରଣ ହେଉନି । ଯାହାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ସର୍ବନିମ୍ନ ଦରମା ୧୫ ହଜାରକୁ ବୃଦ୍ଧି କରାଯାଉ ବୋଲି ଦାବି ଜଣାଇଛନ୍ତି ।

Exit mobile version