ଦୀର୍ଘ ଦିନ ଧରି ଚାଲିଥିବା ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପଡିଲା ପୂର୍ଣ୍ଣଛେଦ ।୯ ଜଣଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରାଯାଇଛି । ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତେବେ ଏହି ଘଟଣାରେ ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଛି ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ,୨୦୧୧ ମସିହାରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଓ ଦିବ୍ୟସିଂହ ବରାଳଙ୍କୁ ମାରାଣତ୍ମକ ଆକ୍ରମଣ କରାଯାଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ ୨ ଜଣଙ୍କୁ ହତ୍ୟା କରାଯାଇଥିଲା।ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା ।

