Site icon UTKAL PRATIDIN

ଚଳିତଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ: ଆଇଏମଡିର

6-IMD-monsoon-el-nino-prediction

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଆଇଏମଡିର ‘ମୌସୁମୀ’ ଆକଳନ ଅନୁଯାୟୀ ଚଳିତଥର ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫ ପ୍ରତିଶତ କମ କିମ୍ବା ଅଧିକ ହୋଇପାରେ।

ଚଳିତ ବର୍ଷ ମୌସୁମୀ ବାୟୁ ଯୋଗୁ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଦେଶରେ ୧୦୬% ବର୍ଷା ହୋଇପାରେ। ଆକଳନ ଅନୁଯାୟୀ ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ସମଗ୍ର ଦେଶରେ ସମୁଦାୟ ବୃଷ୍ଟିପାତ ୮୭ ସେଣ୍ଟିମିଟର ହାରାହାରି ୧୦୬ ପ୍ରତିଶତ ରହିବ। ୯୬-୧୦୪% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଏ। ମେ ମାସ ୨୦୨୪ ର ଶେଷ ସପ୍ତାହରେ ମୌସୁମୀ ବର୍ଷା ପାଇଁ ପରବର୍ତ୍ତୀ ପୂର୍ବାନୁମାନ ଜାରି କରିବ।

ଆସନ୍ତା ମାସ ପ୍ରଥମ ସପ୍ତାହରେ ଆଇଏମଡି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି। ତେବେ ଆଇଏମଡିର ସୂଚନା ଅନୁଯାୟୀ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହୋଇପାରେ। ୧୯୫୧ରୁ ୨୦୨୩ ମଧ୍ୟରେ ମୌସୁମୀ ଉପରେ ୨୨ ଥର ଲା ନିନାର ପ୍ରଭାବ ପଡ଼ିଛି। ତେଣୁ ଦେଶରେ ୯ ଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଏଠାରେ ଲା ନିନାର ଅର୍ଥ ହେଉଛି ଭଲ ବର୍ଷା ହେବା। ସାଧରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳରେ ପ୍ରବେଶ କରିଥାଏ। ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ହୁଏ। କେରଳ ଛୁଇଁବାର ୧୦ ଦିନ ପରେ ମୌମୁସୀ ଓଡ଼ିଶାକୁ ପ୍ରବେଶ କରେ।

Exit mobile version