ଦେଶର ଜନତାଙ୍କର ପସନ୍ଦ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନକୁ ଦିନ ଆହୁରି ଅଧିକ ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ । ତେବେ ଏହି ଲୋକପ୍ରିୟାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ହ୍ବାଟସଆପର ନୂତନ ଫିଚର ହ୍ବାଟସଆପ୍ ଚ୍ୟାନେଲରେ ଯୋଡ଼ି ହୋଇ ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରି ଏହି ରେକର୍ଡ଼ ସୃଷ୍ଟି କରିଛନ୍ତି l
ଏହାସହ ପ୍ରଧାନମନ୍ତ୍ରୀଙ୍କର ଅନ୍ୟ ପ୍ଲାଟଫର୍ମ ତଥା ‘ଏକ୍ସ’ରେ ୯ କୋଟିରୁ ଅଧିକ ଫଲୋର୍ସ ଅଛନ୍ତି । ଯେତେବେଳେ କି, ଫେସବୁକରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୫ କୋଟି । ଇନଷ୍ଟାଗ୍ରାମରେ ୭ କୋଟିରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି ।
ହ୍ବାଟସଆପର ଏହି ନୂତନ ଫିଚର ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅନୁଗାମୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ସକ୍ଷମ ହୋଇପାରିବେ l ତେବେ ହ୍ବାଟସଆପ୍ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପୋଷ୍ଟରେ ନବନିର୍ମିତ ସଂସଦ ଭବନରେ ଏକ ଚିତ୍ର ଦିଆଯାଇଛି ।
ବୁଧବାର ହ୍ୱାଟ୍ସଆପ୍ ଭାରତରେ ଏହାର ଦେୟ ସେବାର ସମ୍ପ୍ରସାରଣ ଘୋଷଣା କରିଛି । ଏହା ବ୍ୟବସାୟୀମାନଙ୍କ ସହିତ କାରବାର କରୁଥିବା ଲୋକଙ୍କ ପାଇଁ ଦେୟ ଦେବା ସହଜ କରିବ । ନୂତନ ଘୋଷିତ ଏହି ଫିଚରରେ ଜନସାଧାରଣ ଏବଂ ବ୍ୟବସାୟୀଙ୍କ ପାଇଁ ସେମାନଙ୍କ ଦର୍ଶକଙ୍କ ନିକଟରେ ବାର୍ତ୍ତା ପ୍ରସାରଣ ପାଇଁ ଡିଜାଇନ୍ କରାଯାଇଛି ।