ମଙ୍କିପକ୍ସ ଭାଇରସ ସାରା ବିଶ୍ୱକୁ ଚିନ୍ତାରେ ପକେଇଲାଣି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।ଆଫ୍ରିକା ମହାଦେଶରେ ଏହା ପ୍ରବଳ ମାତ୍ରାରେ ମାତିବାରେ ଲାଗିଛି ।
ସ୍ୱିଡେନରେ ମଧ୍ୟ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି ।ଏହା ଖୁବ୍ ଶୀଘ୍ର ୟୁରୋପ ମହାଦେଶକୁ ବ୍ୟାପିପାରେ ବୋଲି WHoପକ୍ଷରୁ ଚେତାବନୀ ଦେଇଛି।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଙ୍କିପକ୍ସ ଭାଇରସକୁ ୱାର୍ଲଡ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିଛି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ ସଂକ୍ରମଙ୍କୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଜୀବନ ଉପରେ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
୨୦୨୩ ମସିହାରେ ଏହି ଷ୍ଟ୍ରେନ୍ ବ୍ୟାପି କଙ୍ଗୋରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହା ମୁଖ୍ୟତଃ ଡିଆଁ ରୋଗ ଓ ନିକଟ ସମ୍ପର୍କୀୟଙ୍କଠାରୁ ଜଲଦି ଡେଇଁଥାଏ ବୋଲି ସୂଚନା ମିଳିଛି ।ବଢୁଥିବା ଏହି ବିପଦକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ବିଶ୍ବର ସମସ୍ତ ଦେଶକୁ ସତର୍କ କରିଛି।