ଯାଜପୁର ବଡଚଣାର ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହି ଅଭିଯାନରେ ନାଁ ନନେଇ ବିଜେଡିର ୩ ଜଣ ନେତାଙ୍କୁ କରିଛନ୍ତି କଡା ଟାର୍ଗେଟ ।ଯାଜପୁରକୁ ବିକାଶ କରିବାର ଡିଣ୍ଡିମ ପିଟି ୩ଟି ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ବିନାଶ କରିଛନ୍ତି। କାହାକୁ ନ୍ୟାୟ ଦେଇନାହାନ୍ତି। କିନ୍ତୁ କିଏ ଏହି ୩ପରିବାର ତାହା ସ୍ପଷ୍ଟ କରିନାହାନ୍ତି ମୁଖ୍ୟମନତ୍ରୀ ମୋହନ ଚରଣ ମାଝୀ । ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ।
ଏହି ଜିଲ୍ଲାର ଯେତିକି ଉନ୍ନତି ହେବା କଥା ସେତିକି ହୋଇନି ଲୋକେ ଗରିବ।ପୂର୍ବ ସରକାରରେ ଅବହେଳିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର ।୨୪ବର୍ଷ ହେବ ଶୁଶାସନର ଦ୍ୱାହି ଦେଇ ରାଜ୍ୟକୁ ତଳି ତଳାନ୍ତ କରିଦେଇଛନ୍ତି । ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ୨/୩ ବର୍ଷ ତଳୁ ଆମେ ଦେଖିଛୁ। ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଯେଉଁମାନେ ମାଆଙ୍କୁ ସମ୍ମାନ ଦେବା କଥା କହୁଥିଲେ,ସେମାନେ ସ୍ମିତାରାଣୀକୁ ହତ୍ୟା କରିଥିଲେ।ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ।
ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ। ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଯାଜପୁରର ନଗଡ଼ା ଅପପୃଷ୍ଟି କଥା କେବଳ ରାଜ୍ୟ ନୁହେଁ, ପୂରା ଦେଶରେ ଚର୍ଚ୍ଚାରେ ଥିଲା। ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା।ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ। ୨୪ ବର୍ଷ ଭିତରେ କି ବିକାଶ ହୋଇଛି? ଆହୁରି ସମୟ ମାଗୁଥିଲେ। ୨୪ ବର୍ଷର ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ।ବିଜେଡିର ଗଦା ଯାଜପୁରରେ ବିଜେଡ଼ିକୁ ଏପରି କଡା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।ଯାହାକୁ ନେଇ ରାଜନୀତିରେ ଚର୍ଚା ଜୋର ଧରିଛି ।