Site icon UTKAL PRATIDIN

ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ, ସାଙ୍ଗରେ ରହିବେ ନନ୍ଦା ଓ ନନ୍ଦିନୀ

Capture

ଭୁବନେଶ୍ଵର: ଗୁରୁବାର ଦିନ ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଜିରୁ ରାଜଭବନ ରାସ୍ତାରେ ରହିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ । ପୂଜାର୍ଚ୍ଚନା ପରେ ଗୃହରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଗୋମାତାଙ୍କ ପ୍ରେବଶ ପରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଗାନ୍ଧୀ ମାର୍ଗ କ୍ବାର୍ଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ।

୨୬ବର୍ଷ ପରେ ସିଏମ କ୍ୱାର୍ଟରରେ ରହିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପୂର୍ବରୁ ମୋହନ ମାଝୀ ଗାନ୍ଧୀ ମାର୍ଗ କ୍ବାର୍ଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ। ନୂଆ ବାସଭବନକୁ ସପରିବାର ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୁଭବେଳା ଅନୁସାରେ ପ୍ରଥମେ ନନ୍ଦା ଏବଂ ନନ୍ଦିନୀ ନାମକ ଦୁଇ ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ୧୦ଟା ୪୭ରେ ମୁଖ୍ୟମନ୍ତ୍ରୀ ଘର ଭିତରକୁ ପ୍ରବେଶ କରିଛନ୍ତି। ପୁରୀରୁ ଆସିଥିବା ୧୧ ଜଣ ପଣ୍ଡିତଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଛି। ଦିନ ତମାମ ପୂଜାର୍ଚ୍ଚନା ଚାଲିବ। ଏହି ଦୁଇଟି ଗାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସବୁଦିନ ରହିବେ। ସୂଚନାନୁଯାୟୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଗିରିଧାରୀ ଗମାଙ୍ଗଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୃତୀୟ ବ୍ୟକ୍ତି ଭାବେ ସିଏମ୍ କ୍ଵାର୍ଟରରେ ରହିବେ। ଦୀର୍ଘ ୨୬ ବର୍ଷ ହେଲା ଏହି ସରକାରୀ ବାସଭବନ ଖାଲି ପଡ଼ିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହୁଥିଲେ। ଏହି ବାସଭବନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ତେବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସିଏମ୍ କ୍ଵାର୍ଟରର ମରାମତି କାମ ଆରମ୍ଭ ହୋଇଥିଲା। ଦୀର୍ଘ ୮ ମାସ ଧରି ମରାମତି କାର୍ଯ୍ୟ ଚାଲିଥିଲା। ମରାମତି କାର୍ଯ୍ୟ ଶେଷ ହେବାପରେ ଆଜି ରୀତିନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ହୋଇଛି। ସିଏମ୍‌ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଗକୁ ଏହିଠାରୁ ମୋହନ ମାଝୀ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ମିଳିଛି।

Exit mobile version