
ନିକଟରେ ସରିଛି ଉପନିର୍ବାଚନ । ସମସ୍ତଙ୍କୁ ତାଜୁବ କରିଛି ଫଳାଫଳା । ସରକାରରେ ଥାଇବି ମୋହନଙ୍କୁ ଭାରିପଡିଲେ ନବୀନ। ରାଜ୍ୟର ଗୋଟିଏ ଜିଲ୍ଲା ପରିଷଦ ସଭାପତି, ୩ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ, ଗୋଟିଏ ପଞ୍ଚାୟତ ସମତି ଉପାଧ୍ୟକ୍ଷ ପଦବି ପାଇଁ ଉପନିର୍ବାଚନ ହୋଇଥିବାବେଳେ ପୁଣି ବାଜି ନେଇଛି ବିଜେଡି । ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଛି ।
ଅନ୍ୟପଟେ ଯଦିଓ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ନିଜ କବ୍ଜାରେ ରଖିପାରିନି ଦଳ । ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ, ରାଇଘର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତିବାରେ ସମର୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠି ଗତ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବାରୁ ସେ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଉପନିର୍ବାଚନ ହୋଇଥିବାବେଳେ ବିଜେଡି ଲିଲିତା ଦାସଙ୍କୁ ପ୍ରାର୍ଥୀ କରିଥିଲା। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ଏଠାରେ ବିଜେଡିର ସଂଖ୍ୟା ଗରିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ଥିବାରୁ ବିଜେପି ରିସ୍କ ନେଇ କାହାକୁ ପ୍ରାର୍ଥୀ କରିନଥିବା କୁହାଯାଉଛି। ହେଲେ ରାଜ୍ୟରେ ବିଜେପି ସରକାର ଥାଇ ବିଜେପି ନିର୍ବାଚନରେ ପ୍ରାର୍ଥୀ ନଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠି ପ୍ରମାଣ ହେଉଛି ଯେ ଆଜିବି ଥମିନି ବିଜେଡିର ଲୋକପ୍ରିୟତା । ଗାଁ ଗାଁରେ ଆଜି ବି ରହିଛି ନବୀନ କ୍ରେଜ୍ । ପରିସ୍ଥିତି ଏମିତି ହୋଇଛି ଯେ ହାରିବା ଭୟରେ ପ୍ରାର୍ଥୀ ଦେଉନାହାନ୍ତି ଶାସକ ଦଳ ।