ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର କାର୍ଯ୍ୟ ।ଆଜି ଶେଷ ଦିନରେ ପ୍ରଚାର କରିବେ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ରହୁଥିବା ଓଡ଼ିଆ ଭାଷାଭାଷୀ ଏବଂ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ପ୍ରଚାର କରିବେ। ଆଜି ଏକ ସ୍ୱତନ୍ତ୍ର ଵିମାନରେ ରାଉରକେଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏରୋଡ୍ରମରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାଉରକେଲାରୁ ସିଧାସଳଖ ଝାଡ଼ଖଣ୍ଡ ଗସ୍ତ କରିଛନ୍ତି ମୋହନ ମାଝୀ। ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନଭେମ୍ବର ୮ ତାରିଖରୁ ତିନିଦିନିଆ ଗସ୍ତରେ ଯାଇ ଝାଡ଼ଖଣ୍ଡରେ ପ୍ରଚାର କରିଥିଲେ।
ସୂଚନାଥାଉକି, ନଭେମ୍ବର ୧୩ ଓ ୨୦ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ସେହିପରି ନଭେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଚଳିତଥର ଝାଡ଼ଖଣ୍ଡ ନିର୍ବାଚନରେ ୨.୬ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେ ମଧ୍ୟରେ ମହିଳା ଭୋଟର ୧.୨୯ କୋଟି ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ ରହିଛି। ସେହିପରି ୧୧.୮୪ ଲକ୍ଷ ୧୮ରୁ ୧୯ ବର୍ଷିୟ ଭୋଟର ପ୍ରଥମ ଥର ପାଇଁ ନିଜ ମତ ସାବ୍ୟସ୍ତ କରିବେ। ୬୬.୮୪ ଲକ୍ଷ ଯୁବ ଭୋଟର ଚଳିତ ଥର ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ।