
ବ୍ରହ୍ମାଣ୍ଡ ଠାକୁରଙ୍କ ସରଣରେ ଜଗତ । ରାଜନୀତିରେ ହେଉ ଅବା ସାଧାରଣରେ ଜଗନ୍ନାଥଙ୍କର ଅପମାନ କେହି କେବେ ସହିବେ ନାହିଁ । ପୂର୍ବରୁ ସମ୍ବତ ପାତ୍ର ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ମୋଦୀ ଭୁଲ୍ ବଶତଃ ଠାକୁରଙ୍କୁ ନେଇ ଶବ୍ଦ ଖସିବା ଗ୍ରହଣୀୟ ହୋଇନି । ଏହାର ଯଥା ଦଣ୍ଡ ଭୋଗିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ମହାପ୍ରଭୁଙ୍କୁ କ୍ଷମା ମାଗିବା ସହ ଉପବାସ ବ୍ରତ କରିଥିଲେ ସମ୍ବିତ । ତେବେ ସେଭଳି ଭୁଲକୁ ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ନିଜକୁ ଜଗନ୍ନାଥଙ୍କ ସ୍ଥାନରେ ରଖିବା ଓ ନିଜକୁ ଜଗନ୍ନାଥ କହିବା ବୋଧେ ଅହଂକାରଠୁ କମ ନୁହେଁ ।ଯଦିଓ ଭିଡିଓଟି ଭାଇରାଲ ହେବାରେ ଲାଗିଛି ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । କିନ୍ତୁ ଏହାର ଯେ ପରିଣାମ ଭୟଙ୍କର ହେବ ସେନେଇ ଅବଗତ ହୋଇସାରିଥିଲେ ମୋହନ ମାଝୀ ।