ତେହେରାନ: ୨୪ ଘଣ୍ଟା ଭିତରେ ହମାସକୁ ତିନି ତିନିଟି ଶକ୍ତ ଆଘାତ ଦେଇଛି ଇସ୍ରାଏଲ ସେନା। ହମାସ ମୁଖ୍ୟ ଇସମାଇଲ ହାନିଆ ଏବଂ ହିଜବୁଲ କମାଣ୍ଡର ଫୁଆଦ ଶୁକରଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଏବେ ହମାସ ସାମରିକ ମୁଖ୍ୟ ମହମ୍ମଦ ଦୈଫଙ୍କୁ ହତ୍ୟା କରଯାଇଥିବା ସୂଚନା ଦେଇଛି ଇସ୍ରାଏଲ ସେନା | ଗୁରୁବାର ଏହି ଘଟଣା ପାଇଁ ଇସ୍ରାଏଲ୍ ସେନା ନିଜକୁ ଦାୟୀ କରିବା ସହ କହିଛି, ଗତ ମାସରେ ୟୁନିସରେ ହୋଇଥିବା ଆକ୍ରମଣରେ ହାମାସର ସାମରିକ ମୁଖ୍ୟ ମହମ୍ମଦ ଦୈଫ ଖାନଙ୍କ ମୃତ୍ୟୁ ଘଟିଛି । ଦୈଫଙ୍କୁ ଗାଜାର ଓସାମା ବିନ୍ ଲାଡେନ୍ ବୋଲି କୁହା ଯାଉଥିଲା |
ହାମାସ ମୁଖ୍ୟ ଇସମାଇଲ ହନିୟେଙ୍କ ହତ୍ୟାର ଗୋଟିଏ ଦିନ ପରେ ଇସ୍ରାଏଲ ସେନା ହମାସର ସାମରିକ ମୁଖ୍ୟ ଦୈଫ ମୃତ ବୋଲି ଘୋଷଣା କରିଛନ୍ତି । ଗାଜାରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକରେ ମହମ୍ମଦ ଦୈଫର ମୃତ୍ୟୁ ହୋଇଛି। ଏଠି କହି ରଖିବୁ, ଅକ୍ଟୋବର ୭ରେ ଘଟିଥିବା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ମହମ୍ମଦ ଦୈଫ।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୩ ରେ ଗାଜାର ଖାନ ୟୁନିସରେ ଏକ ଏୟାର ଷ୍ଟ୍ରଇକ ହୋଇଥିଲା, ଯେଉଁଥିରେ ଦୈଫଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ଖାନ ୟୁନିସ୍ ବ୍ରିଗେଡ୍ କମାଣ୍ଡର ରାଫା ସଲାମେହ ଏବଂ ତାଙ୍କ ସହ ଥିବା ଅନ୍ୟ କେତେକ ସାମରିକ ଅଧିକାରୀ ମଧ୍ୟ ନିହତ ହୋଇଥିଲେ।
ରିପୋର୍ଟ ଅନୁଯାୟୀ, ସାତଥର ଦୈଫଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର ଅସଫଳ ହୋଇଥିଲେ । ତେବେ 13 ଜୁଲାଇ ସକାଳେ ଦକ୍ଷିଣ ଗାଜାରେ ଅଷ୍ଟମ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା।