Site icon UTKAL PRATIDIN

ଦ୍ଵିତୀୟ ଥର ପାଇଁ ଏମପି ପଦ ହରାଇଲେ ମହମ୍ମଦ ଫୈଜଲ

FAIZAL

ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମହମ୍ମଦ ଫୈଜଲଙ୍କ ଲୋକସଭାର ଏମପି ପଦ ଦ୍ଵିତୀୟ ଥର ପାଇଁ ରଦ୍ଦ କରାଯାଇଛି l ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି ଯେ, କେରଳ ହାଇକୋର୍ଟର ସେପ୍ଟେମ୍ବର ୩ ତାରିଖର ଶୁଣାଣିକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳର ଏମପି ମହମ୍ମଦଙ୍କୁ ଲୋକସଭା ସଦସ୍ୟତା ପଦରୁ ନିଲମ୍ବିତ କରାଯାଇଛି ।

ପି ସାଲେହଙ୍କୁ ହତ୍ୟା ଉଦ୍ୟମ କରି କାଭରତୀ ଅଧିବେଶନ କୋର୍ଟ ମହମ୍ମଦଙ୍କ ସମେତ ଅନ୍ୟ ତିନିଜଣଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ଦିନ ଠାରୁ ଅର୍ଥାତ୍‌ ଜାନୁଆରୀ ୨୦୨୩ରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଲୋକସଭା ସଦସ୍ୟ ଭାବରେ ଅଯୋଗ୍ୟ କରାଯାଇଛି । କାରଣ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଦୁଇ ମାସ ପରେ ଅର୍ଥାତ ମାର୍ଚ୍ଚ ୨୯ରେ କେରଳ ହାଇକୋର୍ଟ ମହମ୍ମଦଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରି ତାଙ୍କୁ ତାଙ୍କ ଲୋକସଭା ସଦସ୍ୟତା ଫେରାଇ ଦେଇଥିଲେ l ଏବେ ପୁଣି ଦ୍ଵିତୀୟ ଥର ପାଇଁ ଏହାକୁ ରଦ୍ଦ କରାଯାଇଛି l

Exit mobile version