Site icon UTKAL PRATIDIN

ଲାଲକିଲ୍ଲାରୁ ମୋଦିଙ୍କ ବଡ ଘୋଷଣା

pm-modi-111701-16x9

ଚଳିତ ବର୍ଷ ୭୮ତମ ସ୍ୱାଧୀନତା ଦିବସ ।ସମଗ୍ର ଭାରତବସୁଙ୍କ ପାଇଁ ଆଜି ହେଉଛି ଗର୍ବଓ ଗୌରବର ଦିନ ।ସ୍ୱାଧୀନତା ଦିବସକୁ ସମସ୍ତେ ଭାରତୀୟବାସୀ ଉତ୍ସାହର ସହ ପାଳନ କରୁଛନ୍ତି । ଆଜି ଦିଲ୍ଲୀ ଲାଲକିଲ୍ଲାରେ ନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଏଥର ସ୍ୱାଧୀନତା ଦିବସରେ ଦେଶର ତୃତୀୟ ଥର ଭାବରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରେ କଣ ଘୋଷଣା କରିଛନ୍ତି ।ଏଥର ୧୧ବର୍ଗରୁ ୧୮ହଜାର ଅତିଥି ଯୋଗ ଦେଇଥିଲେ । ଦେଶ ବିକାଶର ବାର୍ତା ଦେବା ସହ ବିଶ୍ୱରେ ବଡ ପରିବର୍ତନ ଆଣିବାକୁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ବାର୍ତା ଦେଇଛନ୍ତି ।

ଦେଶର ଯୁବକଙ୍କଠାରୁ ଆରମ୍ଭ କରି କୃଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କୁଶଳୀ କରିବାକୁ ବାର୍ତା ଦେଇଛନ୍ତି ।ଗବେଷଣା ଉପରେ ଗୁରୁତ୍ୱ ଦେବା ସହ ଅନୁସନ୍ଧାନ ପାଇଁ ୧ଲକ୍ଷ କୋଟି ତାଙ୍କ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ।ଡାକ୍ତରୀ ଶିକ୍ଷା ପାଇଁ ପ୍ରାୟ ୧୫ହଜ଼ାର ଯୁବକ ବିଦେଶ ଯାଉଛନ୍ତି ।ଆସନ୍ତା ୫ବର୍ଷ ମଧ୍ୟରେ ମେଡିକାଲ୍ରେ ୭୫ହଜାର ନୂତନ ସିଟ ସୃଷ୍ଟି ହେବ ବୋଲି ନିଷ୍ପତି ନେଇଛନ୍ତି । ୫ବର୍ଷରେ ୫୦୦ ଆଦିବାସୀ ଗ୍ରାମର ହେବ ବିକାଶ ।ଯୁବକଙ୍କୁ ମିଳିବ ବ୍ୟାପକ ନିଯୁକ୍ତି ।

Exit mobile version