Site icon UTKAL PRATIDIN

୩ଦିନିଆ ଆମେରିକା ଗସ୍ତରେ ମୋଦି

2024-04-22T142102Z_897427929_RC2YW6AWY7WF_RTRMADP_3_INDIA-ELECTION-RELIGION-MODI-1713962365

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଆଜିଠୁ ୩ଦିନିଆ ଆମେରିକା ଗସ୍ତ । ସେ ଏହି ଗସ୍ତ ସମୟରେ ବାର୍ଷିକ କ୍ୱାଡ ସମ୍ମିଳନୀରେ ଯୋଗ ଦେବେ ।ଏହାସହ ରାଷ୍ଟ୍ରପତି ଜୋ.ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ମୋଦି ।ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିସହ ରାଷ୍ଟ୍ରପତି ବାଇଡେନ୍‌, ପ୍ରଧାନମନ୍ତ୍ରୀ ଅଲ୍ୱାନିଜ ଓ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ସହ ଏହି ସମ୍ମିଳନୀରେ ଭେଟ୍‌ଘେଟ ହେବାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନବମ ଥର ପାଇଁ ଆମେରିକା ଗସ୍ତ କରୁଛନ୍ତି ।ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ଆମେରିକାରେ ରହିବାର ବ୍ୟବସ୍ଥା ରହିଛି ।ଏହି ସମୟରେ ମୋଦି କ୍ୱାଡ୍‌ ନେତାଙ୍କ ସହ ଶିଖର ସମ୍ମିଳନୀରେ ଯୋଗ ଦେବେ। ଡେଲାଓ୍ୱେୟର ଓ୍ୱିଲମିଙ୍ଗଟନ୍‌ରେ ଏହି ସମ୍ମିଳନୀ ଆୟୋଜିତ ହେବ।

Exit mobile version