Site icon UTKAL PRATIDIN

୩ଦିନିଆ ଓଡିଶା ଗସ୍ତରେ ମୋଦି

PM_Modi_1731665961

୩ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ। ସେ ୩୦ ଓ ଡିସେମ୍ବର ୧ ତାରିଖରେ ଡିଜିପି ସମ୍ମିଳନୀରେ ଭାଗ ନେବେ।

ଆଇନ ମନ୍ତ୍ରୀଙ୍କ ପୂର୍ବରୁ ଡିଜିପି ୱାଇ. ବି ଖୁରାନିଆ ସୂଚନା ଦେଇଥିଲେ ଯେ ରାଜ୍ୟରେ ୩ ଦିନିଆ ଡିଜିପି ସମ୍ମିଳନୀ ପାଇଁ ପ୍ରସ୍ତୁତି ସରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ। ଏହି ୩ ଦିନିଆ ସମ୍ମିଳନୀରେ ବିଭିନ୍ନ ଚ୍ୟାଲେଞ୍ଜ ନେଇ ଆଲୋଚନା ହେବ। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ। ନୂଆ ନିୟମ ଅଣାଯିବ।

Exit mobile version