Site icon UTKAL PRATIDIN

ନିଜ ଜାତି ବିଷୟରେ ମିଛ କହିଛନ୍ତି ମୋଦି ; ରାହୁଲ

narendra-modi-was-born-in-general-caste-in-2000-gujarat-bjp-v0-aGg3eHJyNzY5YmhjMaLqmJNlv0XhOVefdgfBUlPDASJtxL_DG0EppDyC-W7U

ଝାରସୁଗୁଡା: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜାତି ବିଷୟରେ ମିଛ କହୁଥିବା ଅଭିଯୋଗ କରି କହିଛନ୍ତି ଯେ ସେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ନୁହେଁ ବରଂ ସାଧାରଣ ବର୍ଗର ଅଟନ୍ତି।

ଝାରସୁଗୁଡ଼ାରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ମୋଦୀ ଓବିସି ବର୍ଗରେ ଜନ୍ମ ହୋଇନଥିଲେ। ସେ ଗୁଜରାଟର ତେଲି ଜାତିରେ ଜନ୍ମଗ୍ରହଣ କରିଥିଲେ । ୨୦୦୦ ମସିହାରେ ଏହି ସମ୍ପ୍ରଦାୟକୁ ବିଜେପି ଓବିସିର ମାନ୍ୟତା ଦେଇଥିଲା। ସେ ସାଧାରଣ ଜାତିରେ ଜନ୍ମ ଗ୍ରହଣ କରିଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ସେ ସାରା ଜୀବନରେ ଜାତିଗତ ଜନଗଣନା କରିବାକୁ ଦେବେ ନାହିଁ କାରଣ ସେ ଓବିସିରେ ଜନ୍ମ ହୋଇନଥିଲେ, ସେ ସାଧାରଣ ଜାତିରେ ଜନ୍ମ ଗ୍ରହଣ କରିଥିଲେ।

ଦେଶରେ ଜାତିଭିତ୍ତିକ ଜନଗଣନା ଦାବିକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଦେଇଛନ୍ତି। ବେକାରୀ, ମୁଦ୍ରାସ୍ଫୀତି, କୃଷକ ଙ୍କ ସମସ୍ୟା ଓ ଦୁର୍ନୀତି ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା । ସେ କହିଛନ୍ତି ଯେ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ଏବଂ ଲୋକଙ୍କ ବିଶ୍ୱାସସହ ବିଶ୍ୱାସଘାତକତା କରିଛନ୍ତି।

Exit mobile version