
ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଦେଶର କୋଣ ଅନୁକୋଣରୁ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ନରେନ୍ଦ୍ର ମୋଦୀଙ୍କ ପାଇଁ ଶୁଭେଚ୍ଛା ଭରି ରହିଛି।
ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବହୁତ ଲୋକପ୍ରିୟ । ତାଙ୍କର ବକ୍ତବ୍ୟ ତାଙ୍କ ବ୍ୟକ୍ତିତ୍ୱକୁ ଯୋଡିଥାଏ l ପିଏମ ମୋଦୀଙ୍କ ଲୋକପ୍ରିୟତାକୁ ଆକଳନ କରାଯାଇପାରେ ଯେ ଲୋକମାନେ ମୋଦୀଙ୍କ ପାଇଁ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି। ଲୋକମାନେ ଏହି ମନ୍ଦିରଗୁଡ଼ିକରେ ପ୍ରତିଦିନ ପୂଜା ଏବଂ ଆରତୀ ମଧ୍ୟ କରନ୍ତି l ପୁରା ଦେଶରେ ପିଏମ ମୋଦିଙ୍କ ୫ ଟି ମନ୍ଦିର ଅଛି l ଆସନ୍ତୁ ଜାଣିବା ସେହି ୫ ଟି ମନ୍ଦିର ବିଷୟରେ l

ମୋଦି ମନ୍ଦିର, ପୁନେ :
ପୁନେର ବିଜେପିର ମୟୂର ମୁଣ୍ଡେ ଔନ୍ଧ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ମନ୍ଦିର ନିର୍ମାଣ ଉତ୍ସବ ପାଳନ କରିବା ପାଇଁ ମୁଣ୍ଡେ ଏଠାରେ ମୋଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି l

ମୋଦି ମନ୍ଦିର, ତାମିଲନାଡୁ :
ତାମିଲନାଡୁର ୟର୍କୁଡି ଗାଁରେ ନରେନ୍ଦ୍ର ମୋଦୀଙ୍କ ଏକ ମନ୍ଦିର ଅଛି। ଏହି ମନ୍ଦିରକୁ ଶଙ୍କର ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଥିଲେ। ଏହି ମନ୍ଦିର ବିଷୟରେ କହିବାକୁ ଗଲେ ମୋଦୀଙ୍କ ଜନ କଲ୍ୟାଣ ଯୋଜନା ଦ୍ୱାରା ପ୍ରଭାବିତ ହୋଇ ଶଙ୍କର ନାମକ ଜଣେ ବ୍ୟକ୍ତି ମୋଦୀ ମନ୍ଦିର ନିର୍ମାଣ କରିଥିଲେ। ଆଜି ବି ଲୋକମାନେ ଏହି ମନ୍ଦିରରେ ପୂଜା ଏବଂ ଆରତୀ କରନ୍ତି।

ମୋଦି ମନ୍ଦିର, ଉତ୍ତରପ୍ରଦେଶ :
ଉତ୍ତରପ୍ରଦେଶର କୌଶମ୍ବୀରେ ଥିବା ଶିବ ମନ୍ଦିରରେ ମୋଦିଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ମୋଦୀ ଜୀଙ୍କର ଏହି ପ୍ରତିମୂର୍ତ୍ତି 2014 ମସିହାରେ ସ୍ଥାପିତ ହୋଇଥିଲା l ସୂତ୍ରରୁ ପ୍ରକାଶ ଯେ ଏଠାରେ ଲୋକମାନେ ଭଗବାନ ଶିବଙ୍କ ସହ ମୋଦୀଙ୍କୁ ପୂଜା କରନ୍ତି ।

ମୋଦି ମନ୍ଦିର, ମଧ୍ୟପ୍ରଦେଶ :
ମଧ୍ୟପ୍ରଦେଶର ଗ୍ୱାରିୟାରରେ ମୋଦିଙ୍କ ଏକ ମନ୍ଦିର ଅଛି। ଏହି ମନ୍ଦିର ବିଷୟରେ ବିଶେଷ କଥା ହେଉଛି ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ରାଜମାତା ବିଜୟରାଜ ସିଂହିଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି ।

ମୋଦି ମନ୍ଦିର, ଗୁଜୁରାଟ :
ଗୁଜୁରାଟର ରାଜକୋଟ ନିକଟ ଏକ ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। କୁହାଯାଏ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୪ ବର୍ଷ ସମୟ ଲାଗିଥିଲା। ଏହି ମନ୍ଦିରକୁ ଗୁଜୁରାଟ ମନ୍ତ୍ରୀ ମୋହନଭାଇ କୁଣ୍ଡାରିଆ ଉଦ୍ଘାଟନ କରିଛନ୍ତି। ଲୋକମାନେ ଏହି ମନ୍ଦିରକୁ ପୂଜା ଏବଂ ଆରତୀ ପାଇଁ ଆସନ୍ତି l
