Site icon UTKAL PRATIDIN

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ବିଶ୍ୱର ସବୁଠୁ ଲମ୍ବା ଟନେଲ..

108332234

ଅରୁଣାଚଳ ପ୍ରଦେଶ: ଉଦଘାଟନ ହେଲା ବିଶ୍ୱର ସବୁଠୁ ଲମ୍ବା ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ ‘ସେଲା ଟନେଲ’କୁ ଉଦ୍‌ଘାଟନ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି।

ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଏହି ଟନେଲର ଉଦ୍‌ଘାଟନ କରିବା ସହ କହିଛନ୍ତି ‘ସମଗ୍ର ଉତ୍ତର-ପୂର୍ବରେ ବିକାଶ କାର୍ଯ୍ୟ ଚାରି ଗୁଣ ଦ୍ରୁତ ଗତିରେ ଚାଲିଛି। ଏକ ବିକଶିତ ରାଜ୍ୟରୁ ବିକଶିତ ଦେଶ ପର୍ଯ୍ୟନ୍ତ ଭାରତର ଜାତୀୟ ଉତ୍ସବ ସମଗ୍ର ଦେଶରେ ଦ୍ରୁତ ଗତିରେ ଜାରି ରହିଛି। ଆଜି ମୁଁ ବିକଶିତ ଉତ୍ତର-ପୂର୍ବର ଏହି ଉତ୍ସବରେ ଉତ୍ତର-ପୂର୍ବର ସମସ୍ତ ରାଜ୍ୟ ସହିତ ମିଳିତ ଭାବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି।‘

‘ସେଲା ଟନେଲ’ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ। ଏହି ଟନେଲ ଅରୁଣାଚଳ ପ୍ରଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବୁଷ୍ଟର ଭଳି କାମ ଦେବ। ଏଥିସହ ଭାରତୀୟ ସେନା ପାଇଁ ମଧ୍ୟ ଏହି ଟନେଲ ବେଶ ସହାୟକ ହେବ।

ସବୁ ସମୟରେ ଏହି ଟନେଲ କାମ କରିବ। ପ୍ରତିଦିନ ୩ ହଜାର କାର୍‌, ୨ ହଜାର ଟ୍ରକ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲରେ ଯିବା ଆସିବା କରିପାରିବେ। BRO ପକ୍ଷରୁ ଏହି ଟନେଲର ନିର୍ମାଣ ହୋଇଛି। ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟନେଲ ଭିତରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗାଡ଼ି ଯିବା ଆସିବା କରିପାରିବ। ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟନେଲର ଶିଳାନ୍ୟାସ କରିଥିଲେ।

Exit mobile version