Site icon UTKAL PRATIDIN

ରାହୁଲଙ୍କ ପ୍ଲାନ୍‌ରେ ଫସିଲେ ମୋଦି

4

୨୦୨୪ ଲୋକସଭା ନିର୍ବାଚନକୁ ମାତ୍ର ରହିଛି ୬ମାସ ବାକି । ଆଉ ବର୍ତ୍ତମାନ ଯେଉଁ ୫ଟି ରାଜ୍ୟରେ ନିର୍ବାଚନ ହେଉଛି ତାହାକୁ ଏବେ ୨୪ର ସେମି ଫାଇନାଲ ବୋଲି କୁହାଯାଉଛି । କିନ୍ତୁ ୨୦୧୯ ଓ ୨୦୨୪ ନିର୍ବାଚନ ଏବେ ପୁରା ଅଲଗା ଧାରାରେ ବହିବାରେ ଲାଗିଛି । ଯଦି ୨୦୧୯ ନିର୍ବାଚନ କଥା ମନେପକାଇବା ତେବେ ମନକୁ ଆସିବ ବର୍ତ୍ତମାନ ଯେଉଁ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ବା ହେଉଛି । ଆଉ ଠିକ୍ ୧୯ ନିର୍ବାଚନର ୬ମାସ ପୂର୍ବରୁ ଛତିଶଗଡ଼, ମଧ୍ୟପ୍ରଦେଶ,ରାଜସ୍ତାନରେ କଂଗ୍ରେସ ବିଜୟ ହୋଇଥିଲ । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ଏହି ୩ଟି ରାଜ୍ୟରେ କଂଗ୍ରେସ ପାଇଥିଲା ମାତ୍ର୨ଟି ସିଟ୍ । ସେଥିରୁ ଛତିଶଗଡ଼ରୁ ଗୋଟ ମଧ୍ୟପ୍ରଦେଶରୁ ଗୋଟେ । କିନ୍ତୁ ରାଜସ୍ତାନରେ ସରକାର କରିଥିଲେ ମଧ୍ୟ ଗୋଟିଏ ବି ଲୋକସଭା ଆସନ ପାଇନଥିଲା । ଆଉ ଠିକ୍ ବର୍ତ୍ତମାନ ଲୋକସଭା ନିର୍ବାଚନର ୬ମାସ ପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ହେଉଛି ନିର୍ବାଚନ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କଣ ୨୦୨୪ ନିର୍ବାଚନରେ ଠିକ୍ ଏମିତି ହିଁ ହେବ । ନା ବର୍ତ୍ତମାନର ରାଜନୈତିକ ପରିସ୍ଥିତି ବଦଳିଛି ।

ଯେତବେଳେ ଦେଶର ବିକାଶ, ଓବିସି. ଜିଏସଟି ଓ ନୋଟବନ୍ଦି ପ୍ରମୁଖକୁ ମୁଦ୍ଦା କରି ବିଜେପିର ମୋଦି ସରକାର ୨୦୧୪ ଓ ୨୦୧୯ ନିର୍ବାଚନ ଜିତିଥିଲେ । ସେତେବେଳେ ମୋଦିଙ୍କ ବିରୋଧରେ ୧୯ ନିର୍ବାଚନରେ ରାହୁଲ ଯେଉଁ ନାରା ଦେଉଥିଲେ ତାହା ଥିଲା ଚୋରର ନାରା । କିନ୍ତୁ ବର୍ତ୍ତାମନ ଏହି ଶଦ୍ଦ ପୁରା ଉଭାନ ହୋଇଯାଇଛି । ରାହୁଲଙ୍କ ଟାର୍ଗେଟରେ ବର୍ତ୍ତମାନ ନାହାନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ କିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଦ୍ଦା ହିଁ ତାଙ୍କ ଫାଶ ବନିବ ସେହି ବାଟ ତୟାର କରିଛନ୍ତି ରାହୁଲ । ବିଶେଷ କରି ଓବିସି ଓ ଜାତିଗତ ଜନଗଣନାକୁ ମୁଦ୍ଦା କରି ପ୍ରତି ପ୍ରଚାରରେ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି ରାହୁଲ । ମୋଦିଙ୍କୁ ଓବିସି ନାଁରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କଣ କହୁଛନ୍ତି ଶୁଣନ୍ତୁ ।


ଆଉ ବର୍ତ୍ତମାନ କେହି ବି ଭାବିବି ପାରିବେନି ଯିଏ ଦିନେ ନିଜକୁ ଓବିସି କହୁଥିଲା ଆଉ ତାଙ୍କୁ ଏବେ କହିବାକୁ ପଡ଼ୁଛି ଦେଶରେ ଜାତି ନାହିଁ କେବଳ ଗରିବ ଅଛନ୍ତି । ଆଉ ଯେତେବେଳେ ଏହି ଗିରିବି ଶଦ୍ଦ ଉଠିବ । ଆଉ ସେତେବେଳେ ପ୍ରଶ୍ନ ଉଠିବ ଯେ, ୧୦ ବର୍ଷ ମଧ୍ୟରେ ମୋଦି ସରକାର ଗରିବଙ୍କ ସ୍ଥିତି କେଉଁଠୁ କେଉଁଠାରେ ପହଁଞ୍ଚାଇ ପାରିଛନ୍ତି । ଆଉ ଏହି ସବୁକୁ ଦେଖିଲେ ଲାଗୁଛି ମୋଦି ଯାହାକୁ ମୁଦ୍ଦା କରି ୨ଟି ନିର୍ବାଚନ ପାରିହୋଇଥିଲେ । କିନ୍ତୁ ତାଙ୍କରି ମୁଦ୍ଦାକୁ ମୁଦ୍ଦା କରି ମୋଦିଙ୍କୁ ଫସାଇଛନ୍ତି ରାହୁଲ ।

Exit mobile version