
ଭିନେଶ ଫୋଗଟଙ୍କ ସ୍ବର୍ଣ୍ଣ ପଦକ ଜିତିବା ସ୍ବପ୍ନ ସ୍ୱପ୍ନରେ ରହିଯାଇଛି ।ଆବଶ୍ୟକ ଠାରୁ ଅଧିକ ଓଜନ ପାଇଁ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ।୫୦ କେଜିଠାରୁ ଭିନେସ ଅଧିକ ଓଜନର ହୋଇଥିବାରୁ ସେ ଫାଇନାଲ ପୂର୍ବରୁ କଟି ଯାଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଭିନେଶ ଫୋଗଟଙ୍କ ମନୋବଳକୁ ସୁଦୃଢ଼ କରିଛନ୍ତି।ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଣେଷଙ୍କ ଟ୍ୱିଟ କୁ ନେଇ ବେଶ ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ତୁମେ ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ।ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା। ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର, ଆମେ ସମସ୍ତେ ତୁମ ସହ ଅଛୁ।ଅଲମ୍ପିକ ଆସୋସିଏସନର ସଭାପତି ପି.ଟି ଉଷାଙ୍କ ସହ କଥା ହେବା ସହ ଭିନେସଙ୍କୁ ସାହସ ଦେବା ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି ।ପ୍ୟାରିସ ଅଲିମ୍ପିକ୍ସରେ ସେ ଫାଇନାଲରେ ପହଞ୍ଚିବାକୁ ନେଇ ସାରା ଦେଶ ଖୁସି ମନାଉଥିଲା,ହେଲେ ତାଙ୍କର ଅଲିମ୍ପିକ୍ସରେ ମେଡାଲ ଜିତିବା ସ୍ବପ୍ନ ଭାଙ୍ଗିଗଲା ତାଙ୍କ ସ୍ବପ୍ନ ଅଧାରେ ରହିଗଲା ।ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ।ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗ ପ୍ରାପ୍ତ ୟୁକ୍ରେନ୍ର ଓକସାନା ଲିଭାଚଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ।