Site icon UTKAL PRATIDIN

ଓଡିଶା ଆସିବେ ମୋଦି ଅମିତ-ଶାହା

Screenshot-2023-12-03-164603-750x430

ନଭେମ୍ବର ୨୯ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସିବେ ।ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।୨୯ରୁ ୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟଗୁଡିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ହେବ। ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ୱ ଦିଆଯିବ।ଖୁବଶୀଘ୍ର ଏସମ୍ପର୍କରେ ସରକାରୀ ସ୍ତରରେ ଘୋଷଣା କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।

Exit mobile version