Site icon UTKAL PRATIDIN

ମଡେଲ୍‌‌ ସାଜିଛି ଓଡ଼ିଶାର ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌‌’

6

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ‘ଡ୍ରିଙ୍କ୍‌‌ଫ୍ରମ ଟ୍ୟାପ’ ଯୋଜନା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଡେଲ୍‌‌ ସାଜିଛି। ଦେଶର ବିଭିନ୍ନ ରାଜ୍ୟ ଓଡ଼ିଶା ଭଳି ନିଜ ରାଜ୍ୟରେ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ପଦ୍ଧତି ଆପଣାଇ ଲୋକମାନଙ୍କୁ ସିଧା ସଳଖ ଟ୍ୟାପ୍‌‌ରୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି କ୍ରମରେ ନିକଟରେ ଦିଲ୍ଲୀ ସରକାରଙ୍କ ଜଳ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଦିଲ୍ଲୀ ଜଳ ବୋର୍ଡର ଅଧ୍ୟକ୍ଷ ସୌରଭ ଭରଦ୍ୱାଜଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍‌‌ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ ବ୍ୟବସ୍ଥା ଦେଖିଛନ୍ତି।

୧୮ ଓ ୧୯ ତାରିଖ ଏହି ଟିମ୍‌‌ ଦୁଇ ଭୁବନେଶ୍ୱର ଓ ପୁରୀରେ ବୁଲିବା ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଦିଲ୍ଲୀ ସରକାରଙ୍କ ଏହି ଟିମ୍‌‌କୁ ଓଡ଼ିଶାର ଜଳ ଆୟୋଗ ‘ୱାଟକୋ’ର ବରିଷ୍ଠ ଅଧିକାରୀମାନେ ଓଡ଼ିଶାର ଜଳ ପରିଚାଳନା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ସେମାନଙ୍କୁ ଭୁବନେଶ୍ୱର ଓଡ଼ିଶା ଜଳ ଏକାଡେମୀଠାରେ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲ।

‘ଡ୍ରିଙ୍କ ଫ୍ରମ ଟ୍ୟାପ୍‌‌’ କିପରି ଆରମ୍ଭ ହୋଇଥିଲା ଓ କେମିତି ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରାଯାଇପାରୁଛି ସେ ସମ୍ପର୍କରେ ଅବଗତ କରାଯାଇଥିଲା। ସେହିପରି ମନ୍ତ୍ରୀଙ୍କ ସମେତ ଏହି ଅଧିକାରୀମାନଙ୍କୁ ପୁରୀ ଗସ୍ତ କରିଥିବା ବେଳେ ପୁରୀରେ ଚାଲୁ ହୋଇଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‌‌’ ଦେଖିଥିଲେ। କେମିତି ଜଳ ବିଶୋଧନ କରାଯାଉଛି ଓ ଲୋକମାନେ ସିଧା ସଳଖ ଟ୍ୟାପ୍‌‌ରୁ ପାଣି ପିଇପାରୁଛନ୍ତି ଅଧିକାରୀମାନେ ଦେଖିଥିଲେ।

Exit mobile version