
ମୋବାଇଲ ଫୋନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର | ଏଣିକି ରିଚାର୍ଜ ପ୍ଲାନ ହୋଇପାରେ ଶସ୍ତା | ଭାରତର ମୁଖ୍ୟ ଟେଲିକମ କମ୍ପାନୀ ଏୟାରଟେଲ ଓ ଜିଓ କ୍ରମାଗତ ଭାବେ ନିଜର ପ୍ଲାନ ର ଦର ବଢାଇଥିଲେ | ଯାହାକୁ ନେଇ ୟୁଜର୍ସଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା | ତେବେ ବର୍ତ୍ତମାନ ଆଉ ଏକ କମ୍ପାନୀ ଖୁବ ଶୀଘ୍ର ନିଜର 5G ଲଞ୍ଚ କରିବାକୁ ଯାଉଛି | ଭାରତରେ ଏବେ ଦୁଇ ମୁଖ୍ୟ ଟେଲିକମ କମ୍ପାନୀ ଜିଓ ଓ ଏୟାରଟେଲ ସହ ଟକ୍କର ଦେବାକୁ ଯାଉଛି ଭାରତ ସରକାରଙ୍କ ନିଜସ୍ୱ କମ୍ପାନୀ ବିଏସଏନଏଲ | ତେବେ ବିଏସଏନଏଲ ବର୍ତ୍ତମାନ 4G ନେଟୱର୍କ ରେ ସୀମିତ ଅଛି | ତେବେ ଗୋଟେ ପାଦ ଅଗକୁ ବଢିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଏସଏନଏଲ | ଟେଲି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଯେଉଁଥିରେ ସେ ବିଏସଏନଲ ର 5G ନେଟୱର୍କ ରେ ଭିଡିଓ କଲ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଟେଲିକମ ମନ୍ତ୍ରୀ ନିଜେ ବିଏସଏନଏଲ 5G ର ପରୀକ୍ଷା କରିଛନ୍ତି | ସୂଚନା ଅନୁସାରେ ୨୦୨୩ ପର୍ଯ୍ୟନ୍ତ ବିଏସଏନଏଲ କୁ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି | ଏୟାରଟେଲ ଓ ଜିଓ ତୁଳନାରେ ବିଏସଏନଏଲ ପାଖରେ ଏବେ ବି ୫ ଗୁଣ ଅଧିକ ୟୁଜର୍ସ ଅଛନ୍ତି | କିନ୍ତୁ ସବୁ ସ୍ଥାନକୁ ସମ୍ପୂର୍ଣ୍ଣ ଭାବରେ ନେଟୱର୍କ ଯୋଗାଇବାରେ ବିଫଳ ହୋଇଛି ବିଏସଏନଏଲ ଯେଉଁଥିପାଇଁ କମ୍ପାନୀ କୁ କ୍ଷତି ସହିବାକୁ ପଡିଛି | ୨୦୨୪ କ୍ୟାବିନେଟ ବଜେଟ ରେ ବିଏସଏନଏଲ କୁ ଏକ ଲକ୍ଷ ୬୪ ହଜାର କୋଟି ଟଙ୍କାର ମଂଜୁର ମିଳିଛି | ତେବେ ବିଏସଏନଏଲ ନିଜର 5G ସେବା ଯୋଗାଇବା ପାଇଁ ପ୍ରସ୍ତୁତି ଜାରି ରଖିଛି | ବର୍ତ୍ତମାନ ପ୍ରଚଳିତ ବିଏସଏନଏଲ ର ପ୍ଲାନ ମଧ୍ୟ ଶସ୍ତା ଅଛି ତେବେ ଯଦି 5G ନେଟୱର୍କ ପରୀକ୍ଷଣ ସଫଳ ହୁଏ ତାହେଲେ ଏହାର ରଚାର୍ଜ ପ୍ଲାନ ମଧ୍ୟ ଶସ୍ତା ହେବ ନେଇ ଗ୍ରାହକଙ୍କ ମନରେ ଉତ୍ସାହ ଦେଖିବାକୟୁ ମିଳିଛି | ତେବେ ବିଏସଏନଏଲ ଆଗକୁ କିଭଳି ଭାରତରେ ନିଜର ସ୍ତିତି ବଜାୟ ରଖିବା ତାହା ଉପରେ ସମସ୍ତଙ୍କ ନଜର |