 
        ନୂଆଦିଲ୍ଲୀ: ଆଜିକାଲି ଉପଲବ୍ଧ ଅଧିକାଂଶ ସ୍ମାର୍ଟଫୋନ ବା ଫୋନରେ ଦୁଇଟି ସିମ୍ ପଡିପାରୁଛି। ହେଲେ ବର୍ତ୍ତମାନ ଭାରତୀୟ ବଜାରରେ ଏକ ଏଭଳି ଫୋନ ଲଞ୍ଚ ହୋଇଛି, ଯେଉଁଥିରେ ୩ଟି ସିମ୍ କାର୍ଡ ବ୍ୟବହାର ହୋଇପାରିବ। ଏହି ଫ୍ଲେକ୍ସି ସ୍ମାର୍ଟଫୋନ ମେକର କମ୍ପାନୀ itel ପକ୍ଷରୁ ଲଞ୍ଚ କରାଯାଇଛି। ଫୋନର ନାମ itel King Signal । ଚୀନର ମୋବାଇଲ ନିର୍ମାତା କମ୍ପାନି ଆଇଟେଲ ଏହି ଅଭିନବ ଫିଚର ଫୋନକୁ ଭାରତରେ ଲଞ୍ଚ କରିଛି, ଯାହା ଗ୍ରାମାଞ୍ଚଳ ଓ ନେଟୱାର୍କ ସମସ୍ୟା ଥିବା ଅଞ୍ଚଳର ଲୋକଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ।
ଆଇଟେଲର ଏହି ସ୍ମାର୍ଟଫୋନରେ ଲୋ-ନେଟୱାର୍କ କଭରେଜରେ ୫୧୦% ଲମ୍ବା କଲ୍ ଅବଧିଏବଂ ଅନ୍ୟ ବ୍ରାଣ୍ଡ ତୁଳନାରେ ୬୨% ଦ୍ରୁତ କନେକ୍ଟିଭିଟିର କ୍ଷମତା ରହିଛି। ଏହାର ଅର୍ଥ ହେଉଛି ଗ୍ରାମାଞ୍ଚଳ କିମ୍ବା ଦୁର୍ଗମ ସ୍ଥାନରେ ମଧ୍ୟ ଏହି ଫୋନ ସ୍ଥିର ଓ ନିର୍ଭରଯୋଗ୍ୟ ନେଟୱାର୍କ ସେବା ଦେବ। କମ୍ପାନୀ ପକ୍ଷରୁ itel King Signalକୁ ୧୩୯୯ ଟଙ୍କାରେ ଲଞ୍ଚ କରାଯାଇଛି। ଏହି କମ୍ପାନୀ ଅନେକ ସାରା କଲର ଅପସନ ସହ ଲଞ୍ଚ କରିଛି, ଯେଉଁଥିରେ ଆର୍ମି ଗ୍ରୀନ, ବ୍ଲାକ ଏବଂ ପର୍ପଲ ରେଡ ସାମିଲ ଅଛି।
କମ୍ପାନୀ ଏହି ଫିଚର ଫୋନରେ ଗ୍ରାହକଙ୍କୁ ୧୩ ମାସର ୱାରେଣ୍ଟି ଅଫର କରୁଛି। ଏଥିସହ ୧୧୧ ଦିନ ମଧ୍ୟରେ କମ୍ପାନୀ ଗ୍ରାହକଙ୍କୁ ବିନା କୌଣସି ପ୍ରଶ୍ନର ଫ୍ରି ରିପ୍ଲେସମେଣ୍ଟ ଗ୍ୟାରେଣ୍ଟି ଦେଉଛି। ଆଇଟେଲ କିଙ୍ଗ ସିଗନାଲ ଏକ ଫିଚର ଫୋନ ହୋଇଥିଲେ ମଧ୍ୟ ଏହାରେ ଅନେକ ଆଧୁନିକ ସୁବିଧା ରହିଛି । ଯେପରିକି ୨ ଇଞ୍ଚର ସ୍କ୍ରିନ, ଯାହା ସ୍ପଷ୍ଟ ଦୃଶ୍ୟମାନତା ପ୍ରଦାନ କରେ। ୧୫୦୦ ଏମଏଏଚ୍ ବ୍ୟାଟେରୀ, ଯାହା ୩୩ ଦିନର ଷ୍ଟାଣ୍ଡବାଇ ଟାଇମ ଦେଇଥାଏ। ଟାଇପ-ସି ଚାର୍ଜିଂ ପୋର୍ଟ, କେଭଲାର-ଟେକ୍ସଚର୍ଡ ଫିନିସ୍, ଯାହା ଫୋନକୁ -୪୦°C ରୁ ୭୦°C ତାପମାତ୍ରାରେ ମଧ୍ୟ ସୁରକ୍ଷିତ ରଖେ।
 
         
         
        