ଲକ୍ଷ୍ନୌ : ଦଳେ ମସ୍ତି କରୁଥିଲେ | ଆଉ ସେଇ ମସ୍ତି ଭିତରେ ଚିତ୍କାର କରୁଥିଲା ମାନବିକତା | ୨୪ ଜଣ ଯୁବକଙ୍କ ଟାର୍ଗେଟ ଥିଲେ ଗୋଟିଏ ଦମ୍ପତ୍ତି | ସେମାନଙ୍କ ଉପରକୁ ପାଣି ଫିଙ୍ଗୁଥିଲେ | ସେମାନଙ୍କ ବାଇକକୁ ଠେଲି ଦେଇଥିଲେ | ବିଚରା କାକୁସ୍ଥ ହୋଇ ପଳାଇ ଯିବାକୁ ବାଟ ଖୋଜୁଥଲେ | ଆଉ ଏ ଯୁବଗୋଷ୍ଠୀ ବର୍ବରତାର ହସ ହସୁଥିଲେ | ଏମିଟି ଦୃଶ୍ୟ ଦେଖିବାକୁ ମିଳିଥିଲା ଲକ୍ଷ୍ନୌ ରାଜରାସ୍ତାରେ |
ୟୁପିରେ ଲକ୍ଷ୍ନୌର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି | ଏହି ଭିଡ଼ିଓ ଯେମିତି ମଣିଷ ପଣିଆକୁ ଉପହାସ କରୁଛି | ଯୁବ ଗୋଷ୍ଠୀର ଉଦ୍ଦାମ ଅଟ୍ଟହାସ୍ୟ ପାଖରେ ଯେମିତି ବଳି ପଡିଛି ଅସହାୟତା | ଲକ୍ଷ୍ନୌରେ ପ୍ରବଳ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇ ଯାଇଛି | ରାସ୍ତାଘାଟରେ ଅଂଟା ଉଚ୍ଚାରେ ପାଣି | ଏହି ପାଣିରେ ଏକ ଦମ୍ପତ୍ତି ବାଇକରେ ଯାଉଥିଲେ | ଅଂଟେ ପାଣିରେ ବହୁତ କଷ୍ଟରେ ପତ୍ନୀଙ୍କୁ ନେଇ ଆସୁଥଲେ ଯୁବକ ଜଣକ | ଏହି ସମୟରେ ହଠାତ ଦଳେ ଯୁବକ ମାଡି ଆସୁଛନ୍ତି, ଏହି ବାଇକ ଆରୋହୀଙ୍କ ଉପରକୁ ପାଣି ଛାଟୁଛନ୍ତି | ପାଣି ମାଡ଼ରେ ଅଣନିଶ୍ୱାସୀ ହୋଇ ପଡୁଛନ୍ତି ଦମ୍ପତ୍ତି |ଯୁବଗୋଷ୍ଠୀଙ୍କର ଅଟ୍ଟହାସ୍ୟ ଶୁଣି ଭୟଭୀତ ହୋଇ ପଡୁଛନ୍ତି |
ଭିଡିଓରେ ଦେଖିବାକୁ ମିଳିଛି, ହୋ ହୋ ହସୁଥାନ୍ତି ଯୁବକମାନେ | ଯୁବକଙ୍କ ଅସହାୟତା ଦେଖି ସେମାନଙ୍କ ମନ ବଦଳିବ କଣ, ଅଧିକ ବର୍ବର ହୋଇ ପଡୁଛନ୍ତି | ବାଇକକୁ ତଳେ ପକାଇ ଦେଉଛନ୍ତି | ମହିଳା ଜଣକ ପାଣିରେ ପଡି ଯାଉଛନ୍ତି| ବିଚରା ସ୍ୱାମୀ ପତ୍ନୀଙ୍କ ହାତ ଧରି ଚାହିଁଥାନ୍ତି ଉଦ୍ଧତ ଯୁବକଙ୍କ ଉନ୍ମତ କାଣ୍ଡକୁ | ସମସ୍ତେ ଏ ଦୃଶ୍ୟକୁ ଦେଖୁଥାନ୍ତି, ହେଲେ କେହି କିଛି କହୁନାହାନ୍ତି | ଛାତ ଉପରୁ କେହି ଜଣେ ଏହାର ଭିଡ଼ିଓ କରିବା ପରେ ଏହା ଭାଇରଲ ହୋଇଛି |
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଆକ୍ସନ ମୋଡ଼ରେ ଅଛନ୍ତି | ବିଧାନସଭାରେ ବଡ ବୟାନ ଦେଇ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେମିତି ଇଜ୍ଜତ ସହ ଖେଳିବାକୁ କେହି ସାହସ କରିବେନି | ଯୋଗୀ ଅଭିଯୁକ୍ତଙ୍କ ନା ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି |