
ରାଜ୍ୟସରକାରଙ୍କ ଗୋଟେ ପରେ ଗୋଟେ ଯୋଜନାକୁ ବଦଳାଇବାରେ ବ୍ୟସ୍ତ ମାହାନ ସରକାର ।ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି ‘ପଞ୍ଚଶଖା ଶିକ୍ଷା ସେତୁ ଯୋଜନା’ ରଖାଗଲା ।ବିଜେଡି ସରକାର ସମୟରେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ନୂଆ ନାଁ ରଖାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଚିଠି କରାଯାଇଛି ।ଓଡ଼ିଶା ସ୍କୁଲ ବ୍ୟବସ୍ଥାର ବିକାଶ ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା ।