Site icon UTKAL PRATIDIN

ଶ୍ରୀକ୍ଷେତ୍ରରୁ ଲୋକସଭା ଲଢ଼ିବେ ମୋଦି!

56

ପୁରୀ: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଏହି ସମୟରେ କେଉଁ ଦଳ କେଉଁ ଆସନରୁ ଲଢିବେ ସେନେଇ ଚାଲିଛି ଜୋରଦାର ଆଲୋଚନା। ତେବେ ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏଭଳି ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦି ନିର୍ବାଚନ ଲଢିବା ନେଇ ଶୁଣିଛନ୍ତି କହିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

ପୁରୀବାସୀଙ୍କ ଇଚ୍ଛା ଓ ମହାପ୍ରଭୁଙ୍କ ଆର୍ଶୀବାଦ ରହିଲେ ପୁରୀରୁ ଲଢିବେ ମୋଦି ଓ ଜିତିବେ ମଧ୍ୟ। ଏହାସହ ଜିଲ୍ଲାର 6 ଟି ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ମଧ୍ୟ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯିବ ବୋଲି କହିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେହିପରି ନବୀନ ପଟ୍ଟନାୟକ ମଧ୍ୟ ପୁରୀରୁ ବିଧାନସଭା ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ରଖିଲେ ଜୟନ୍ତ।

ଯଦି ଏପରି ହୁଏ ତେବେ ଲଢେଇ ଶହେ ଶହେରେ ହେବ। ସେପଟେ ଦଳ ଯଦି ପୁର୍ନବାର ଭରସା କରି ଟିକେଟ୍ ଦବ ତେବେ ଲୋକଙ୍କ ପାଇଁ କାମ ଅଧିକ କରିବେ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

Exit mobile version