
ଭୁବନେଶ୍ୱର : ଆମ ରାଜ୍ୟର ଟୀକାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି । ପାଞ୍ଚ ବର୍ଷରୁ କମ ସମସ୍ତ ଟୀକାବିହୀନ ପିଲାଙ୍କୁ ଟୀକାକରଣ କରିବା ପାଇଁ ରାଜ୍ୟ ପ୍ରତିବଦ୍ଧ ଏହାକୁ ନେଇ ‘ମିସନ ଇନ୍ଦ୍ରଧନୁ’ ଆରମ୍ଭ କରାଯିବ । ଏହି ଇନ୍ଦ୍ରଧନୁ ଅଭିଯାନର ମୁଖ୍ୟ ଲକ୍ଷ ହେଉଛି ୫ ବର୍ଷରୁ କମ ପିଲା ଓ ଗର୍ଭବତୀ ମହିଳାମାନଙ୍କୁ ସମ୍ପୂର୍ଣ ରୂପେ ଟୀକାକରଣ କରିବା ।
ଏହାକୁ ନେଇ କିଛି ସର୍ଭେ କରାଯାଇଥିଲା l ଏବେ ସେ ସର୍ଭେ ଶେଷ ହୋଇ ସାରିଛି । ଏହି ସର୍ଭେରେ ୧୯,୮୯୬ ଗର୍ଭବତୀ ମହିଳା ଓ ୧,୦୪,୨୬୧ ପାଞ୍ଚ ବର୍ଷରୁ କମ ପିଲା ସାମ୍ନାକୁ ଆସିଛନ୍ତି ଯେଉଁମାନଙ୍କୁ ଟୀକାକରଣ କରାଯିବ ଆବଶ୍ୟକ ରହିଛି l ଏହି ଟୀକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ୩ଟି ପର୍ଯ୍ୟାୟରେ କାର୍ଯ୍ୟ କରାଯିବ।
ପ୍ରଥମ ରାଉଣ୍ଡ ଆସନ୍ତା ସେପ୍ଟେମ୍ବର ୧୧ରୁ ୧୬, ଦ୍ୱିତୀୟ ରାଉଣ୍ଡ ଅକ୍ଟୋବର ୯ରୁ ୧୪ ଓ ତୃତୀୟ ରାଉଣ୍ଡ ନଭେମ୍ବର ୬ରୁ ୧୧ରେ ଶେଷ ହେବ। ସମୁଦାୟ ୧୧ ପ୍ରକାରର ଟୀକାକରଣ କରାଯିବ। ଏଥିସହ ଏହି ଟୀକାକରଣରେ ସମସ୍ତ ବିଭାଗର ସହଯୋଗ ମଧ୍ୟ ଲୋଡ଼ା ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।