
ବାଲେଶ୍ଵର: ମନ୍ଦିରରୁ ସିରିଜ୍ ଲୁଟ୍। ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ଶେଷରେ ଠାକୁରଙ୍କୁ ବି ଛାଡ଼ିଲେନି। ଲକ୍ଷାଧିକ ଟଙ୍କାର ମୁକୁଟ ସମେତ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ବାଲେଶ୍ବର ନୀଳଗିରି ଥାନା ପୋଡ଼ଶୂଳ ଅଞ୍ଚଳରେ ଥିବା ଶନି ଓ କାଳୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୀଳଗିରିର ୨ଟି ମନ୍ଦିରରୁ ସିରିଜ ଲୁଟ । ଠାକୁରଙ୍କ ମୁଣ୍ଡରୁ ସୁନା ମୁକୁଟ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବାକ୍ସ ନେଇଯାଇଛନ୍ତି ଲୋଟେରା । ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲ ଗୁଡିକରେ ଫୋପାଡି ଚାଲିଯାଇଛନ୍ତି । ସକାଳୁ ସ୍ଥାନୀୟ ପୂଜକ ମନ୍ଦିର ପୂଜା କରିବାକୁ ଆସି ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ । ନୀଳଗିରି ପୋଲିସ ଘଡଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିକଟସ୍ଥ ଗାଁ ଗୁଡିକରୁ ମଧ୍ୟ ଚୋରି ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।