Site icon UTKAL PRATIDIN

ହବିଷ୍ୟାଳି ପ୍ରସଙ୍ଗରେ ବିରୋଧୀଙ୍କୁ ମନ୍ତ୍ରୀଙ୍କ କଡ଼ା ଜବାବ

prv-750x427

ଆରମ୍ଭ ହୋଇସାରିଛି ଧର୍ମର ମାସ କାର୍ତ୍ତିକ ।କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ।ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।ଶ୍ରୀକ୍ଷେତ୍ର ଧାମରେ କାର୍ତ୍ତିକ ବ୍ରତ କାଇବାକୁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ।ହବିଷ୍ୟାଳିଙ୍କ ରହିବ ପାଇଁ ସରକାରଙ୍କ ପକ୍ଷରୁସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନଥିଲା।

ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଥିଲେ ହବିଷ୍ୟାଳି। ହବିଷ୍ୟାଳିଙ୍କ ପାଇଁ ଅବ୍ୟବସ୍ଥାକୁ ନେଇ ବିଜେପି ସରକାର ଉପରେ ବର୍ଷିଥିଲା ବିଜେଡି। ଯାହାର କଡା ଜବାବ ଦେଇଛନ୍ତି ମନ୍ତ୍ରୀ।ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ହବିଷ୍ୟାଳିମାନଙ୍କ ଲାଗି ଦୀର୍ଘ ଦିନ ପୂର୍ବରୁ ପଞ୍ଜୀକରଣ ସରିଛି। ସେମାନଙ୍କ ରହିବା ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।

ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି। ହବିଷ୍ୟାଳିଙ୍କର କୌଣସି ଅସୁବିଧା ନ ହେଉ ଆମେ ଚେଷ୍ଟା କରୁଛୁ। ପଞ୍ଜୀକରଣ କରିଥିବା ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା ହୋଇଛି। ଏହାକୁ ରାଜନୈତିକ ପ୍ରସଙ୍ଗ କରିବା ଅନାବଶ୍ୟକ। ହବିଷ୍ୟାଳି ପ୍ରସଙ୍ଗରେ ବିରୋଧୀ ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।

Exit mobile version