Site icon UTKAL PRATIDIN

‘ମୁଁ ସୁସ୍ଥ ଅଛି’, ହଜିବା ଖବର ଜଣାପଡିବା ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ

WhatsApp Image 2025-05-06 at 3.33.02 PM

ନୂଆଦିଲ୍ଲୀ: ଟ୍ରେନ ଭିତରୁ ହଜିଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାୟବ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ଶନିବାର ରାତିରେ ଟ୍ରେନରେ ଚଢିଥିବା ବେଳେ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଲେ । ଦୀର୍ଘ ୩ ଘଣ୍ଟାର ଖୋଜାଖୋଜି ପରେ ସେ ସିହୋରା ଷ୍ଟେସନରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ବସିଥିବା ଦେଖିବାକୁ ମିଳିଲେ । କେନ୍ଦ୍ରମନ୍ତ୍ରୀଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା । 

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗୋଣ୍ଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିଲେ। ସେ ଶନିବାର ରାତିରେ ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ବାହାରିଥିଲେ। ରବିବାର ସକାଳେ ଦମୋହରେ ତାଙ୍କର ବର୍ଥ ଖାଲି ପଡ଼ିଥିଲା। ଏହି ଘଟଣାଟି ଉତ୍ତେଜନା ସୃଷ୍ଟି କରିଥିଲା। ପରେ ରେଳବାଇ ତୁରନ୍ତ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ପ୍ରାୟ ୩ ଘଣ୍ଟା ଧରି ସନ୍ଧାନ ଜାରି ରହିଲା। ଏହା ପରେ ମନ୍ତ୍ରୀ ୧୬୨ କିଲୋମିଟର ଦୂର ସିହୋରା ଷ୍ଟେସନରୁ ଉଦ୍ଧାର ହେଲେ। ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ B3ରେ ୫୭ ନମ୍ବର ବର୍ଥରେ ଥିଲେ। ତେବେ ମନ୍ତ୍ରୀ ଭୋର ୩:୪୫ ରେ ଦାମୋହ ଷ୍ଟେସନରେ ଓହ୍ଲାଇଥିଲେ। ସେହି ସମୟରେ ତାଙ୍କର ସୁଗାର ସ୍ତର ହ୍ରାସ ପାଇଥିଲା। ଅଚାନକ ତାଙ୍କ ଟ୍ରେନ୍ ଛାଡିବାକୁ ଲାଗିଲା ଏବଂ ସେ ସେଥିରେ ଚଢ଼ିବାକୁ ଯାଇ ତାଙ୍କ ଗଡ଼ ଖସିଗଲା ଏବଂ ସେ ଆହତ ହୋଇପଡିଲେ। ସେ ଆଉ ଟ୍ରେନ ଚଢିପାରିନଥିଲେ। ଠିକ୍ ସେହି ସମୟରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଅନ୍ୟ ପ୍ଲାଟଫର୍ମରେ ପହଞ୍ଚିଲା। ମନ୍ତ୍ରୀ ସେଥିରେ ବସିଗଲେ।

ଅନ୍ୟପଟେ ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ସୁସ୍ଥ ଅଛି। ମୋ ସ୍ବାସ୍ଥ୍ୟକୁ ନେଇ ହୋଇଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ। ମୁଁ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି ଏବଂ ମୁଁ ମୋ କାମ ପ୍ରତି ପୂରାପୂରି ସମର୍ପିତ ଅଛି…’ କହି ଚଳନ୍ତା ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଜୁଏଲ ଓରାମ।

Exit mobile version