Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ

image-34-1

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜୁନିୟର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଗତ କାଲି ଭିଜିଲାନ୍ସ ଚଢ଼ାଉ କରିଥିଲା ।ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ଘର ଏବଂ ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା। ବିଭିନ୍ନ ସ୍ଥାନରେ ଥିବା କୋଠା, ଜମି ଠାବହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଥିଲା।

ତାଙ୍କର ଭୁବନେଶ୍ବରରେ ଗୋଟିଏ ୪ ମହଲା ସହ ୩ଟି ବହୁତଳ କୋଠା ରହିଛି। ୨ଟି ବେନାମି ଫ୍ଲାଟ୍‌ ଓ ୧୪ ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ୫ ଏକର ଫାର୍ମ ହାଉସ ଓ ଏଥିରେ ୭୦ ଲକ୍ଷର ସାମଗ୍ରୀ ଠାବ କରିଛି ଭିଜିଲାନ୍ସ। ସେହିପରି ତାଙ୍କ ନିକଟରୁ ୫୩ ଲକ୍ଷର ବ୍ୟାଙ୍କ ଜମା, ନଗଦ ୧ ଲକ୍ଷ ସହ ୩୦୦ ଗ୍ରାମ ସୁନା ମିଳିଛି।ହି ଚଢ଼ାଉରେ ୭ ଜଣ ଡିଏସ୍‌ପି, ୫ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ।

Exit mobile version