Site icon UTKAL PRATIDIN

ଓଡିଶା ଆସିବେ ବିଲ୍‌ ଗେଟ୍ସ; ଜାଣନ୍ତୁ କ’ଣ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ..

Bill-gates

ଓଡିଶା ଆସିବେ ବିଲ୍‌ ଗେଟ୍ସ । ଆସନ୍ତା ୨୮ ତାରିଖରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓଡିଶା ଆସିବା ନେଇ ସୂଚନା ମିଳିଛି । ବିଲ୍‌ ଗେଟ୍ସ ଓଡିଶା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ବିଲ୍ ଆଣ୍ଡ୍ ମେଲିଣ୍ଡା ଫାଉଣ୍ଡେସନ ସହ ଓଡିଶା ସରକାରଙ୍କର ଚୁକ୍ତି ହୋଇଥିଲା । କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହା ଚୁକ୍ତି ହୋଇଥିଲା ।

Exit mobile version