UTKAL PRATIDIN

ଶେଷ ନିଶ୍ୱାସ ତ୍ୟାଗ କଲେ ମାଇକେଲ୍‌ ଗାମ୍ବୋନ୍‌..

ହଲିଉଡ୍‌ ସିନେମା ଜଗତରୁ ସାମ୍ନାକୁ ଆସିଲା ଏକ ଦୁଃଖଦ ସମ୍ବାଦ l ପ୍ରସିଦ୍ଧ ଫିଲ୍ମ ‘ହ୍ୟାରୀ ପୋଟର୍‌’ରେ ଏଲ୍‌ବସ ଡମ୍ବଲଡୋର୍‌ର ଅଭିନୟ କରିଥିବା ଅତି ଜଣାଶୁଣା ଅଭିନେତା ସାର୍‌ ମାଇକେଲ୍‌ ଗାମ୍ବୋନ୍‌ଙ୍କ ନିଧନ ହୋଇଯାଇଛି । ଏହିମହାନ ଅଭିନେତାଙ୍କ ନିଧନରେ ସମଗ୍ର ହଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ପ୍ରଶଂସକମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

‘ହ୍ୟାରୀ ପୋଟର୍‌’ ଫିଲ୍ମ ରେ ସାର୍‌ ମାଇକେଲ୍‌ ଗାମ୍ବୋନ୍‌ ଯାଦୁ ବିଦ୍ୟାଳୟ ରେ ମୁଖ୍ୟ ଅଧ୍ୟକ୍ଷକ ଭାବେ ଏଲ୍‌ବସ ଡମ୍ବଲଡୋର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଅଭିନେତାଙ୍କ ଚରିତ୍ର ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥିଲା। ସୂଚନା ଅନୁଯାୟୀ , ମାଇକେଲ୍‌ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିଲେ ଏବଂ ୮୨ ବର୍ଷ ବୟସରେ ଏବେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅଭିନେତାଙ୍କ ନିଧନ ହୋଇଯିବା ଖବର ତାଙ୍କ ପତ୍ନୀ ସେୟାର କରିଛନ୍ତି। ସେ କହିଛନ୍ତି ଯେ ନିମୋନିଆ ରୋଗରେ ସାର୍‌ ମାଇକେଲ୍‌ ଗାମ୍ବୋନ୍‌ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନଧରି ହସ୍ପିଟାଲରେ ଭର୍ତ୍ତି ଥିଲେ, ତଥାପି ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ । ପତ୍ନୀ କହିଛନ୍ତି ଯେ ଏଭଳି ଦୁଃଖ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ। ଆପଣଙ୍କ ଭଲ ପାଇବା ଏବଂ ସହଯୋଗ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ।

Exit mobile version