Site icon UTKAL PRATIDIN

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା…

matric-exam-e1582014482186

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା l ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ରାଜ୍ୟର ୫୫ଟି ମୂଲ୍ୟାୟନକେନ୍ଦ୍ରରେ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ। ୧୪ ଦିନ ଚାଲିବ ଏହି ଖାତା ଦେଖା ପ୍ରକ୍ରିୟା ।

ଏଥର ମାଟ୍ରିକ ପରୀକ୍ଷା ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି। ଏଥିସହିତ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ଓ ୭ ହଜାର ୮୩୧ ପରୀକ୍ଷାର୍ଥୀ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Exit mobile version