Site icon UTKAL PRATIDIN

ଶିଳ୍ପମନ୍ତ୍ରୀଙ୍କ ସୂଚନା, ସିଙ୍ଗାପୁରରୁ ଓଡିଶା ଆସିବେ ବହୁ ଶିଳ୍ପ ସଂସ୍ଥା

S-5-750x430

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ ସାରି ଓଡ଼ିଶାକୁ ଫେରିଛନ୍ତି ।ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସହ ସିଙ୍ଗାପୁର ଗସ୍ତରୁ ଫେରିଲେ ମୁଖ୍ୟ ଶାସନ ସଚିବ। ଓଡ଼ିଶା ଫେରି ଶିଳ୍ପମନ୍ତ୍ରୀ କହିଛନ୍ତି ସିଙ୍ଗାପୁର ଗସ୍ତ ସଫଳ, ଏକାଧିକ ଶିଳ୍ପ ସଂସ୍ଥା ସହ ଆଲୋଚନା ହୋଇଛି। ଉତ୍କର୍ଷ ଓଡ଼ିଶାକୁ ଆସିବେ ବହୁ ଶିଳ୍ପ ସଂସ୍ଥା।

ସିଙ୍ଗାପୁର ଗସ୍ତରୁ ଫେରିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ଗସ୍ତ ସଫଳ, ଏକାଧିକ ଶିଳ୍ପ ସଂସ୍ଥା ସହ ଆଲୋଚନା ହୋଇଛି।ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଅଧିକ ଶିଳ୍ପ ସଂସ୍ଥା ଆସି ଭାଗ ନେବେ। ଆସନ୍ତା ୫ ବର୍ଷରେ ଓଡ଼ିଶାରେ ୫ ଲକ୍ଷ କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ। ଆମ ସରକାର ଶିଳ୍ପ ସଂସ୍ଥା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ।

Exit mobile version