ପ୍ୟାରିସ: ପ୍ୟାରିସ ଅଲମ୍ପିକରେ ଚମକିଲା ଭାରତ | ମନୁ ଭାକର ଓ ସରବଜୋତ ସିଂହ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଲେ | ପ୍ରଥମ ଥର ପାଇଁ ମନୁ ଓ ସରବଜୋତ ମିକସଡ଼ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତି ରେକର୍ଡ କରିଛନ୍ତି | ଖାଲି ସେତିକି ନୁହେଁ, ସ୍ୱାଧୀନତା ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଅଲମ୍ପିକରେ ୨ଟି ପଦକ ହାତେଇ ମାନୁ ଭାକର ମଧ୍ୟ ରେକର୍ଡ କରିଛନ୍ତି | ମନୁ ଭକର ଓ ସରବଜୋତ ସିଂହ ୧୦ ମିଟର ଏୟାର ପିସ୍ତଲ ମିକସଡ଼ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଏହି ଗୌରବ ଆଣିଛନ୍ତି |
ଏହି ପଦକକୁ ମିଶାଇ ଭାରତକୁ ବର୍ତ୍ତମାନ ଶୁଦ୍ଧ ୨ଟି ପଦକ ମିଳିଛି | ଏହି ଇଭେଣ୍ଟରେ ଦକ୍ଷିଣ କୋରିଆକୁ ୧୬-୧୦ରେ ହରାଇ ପଦକ ହାତେଇଛନ୍ତି ଦୁଇ ଆଥଲେଟ | ଏହା ପୂର୍ବରୁ ମାନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ |
ଏହା ପୂର୍ବରୁ ବ୍ରିଟିଶ ମୂଳ ଭାରତୀୟ ଖେଳାଳୀ ନାର୍ମନ ପ୍ରିଚାର୍ଡ ୧୯୦୦ ମସିହାରେ ଗୋଟିଏ ଅଲମ୍ପିକରେ ୨ଟି ଇଭେଣ୍ଟରେ ପଦକ ଜିତିଥିଲେ |
ପ୍ୟାରିସ ଅଲମ୍ପିକରେ ଇତିହାସ ରଚିଲେ ମନୁ ଓ ସରବଜୋତ: ମିଳିଲା ଆଉ ଏକ ବ୍ରୋଞ୍ଚ

