
ପ୍ୟାରିସ: ପ୍ୟାରିସ ଅଲମ୍ପିକରେ ଦେଖିବାକୁ ମିଳିଛି ମନୁଙ୍କ ଚମକ | ଆଉ ଏକ ପଦକ ଆଶା ଉଜ୍ଜ୍ୱଳ କରିଛନ୍ତି ମନୁ ଭାକର | ଲଗାତାର ୨ଟି ବ୍ରୋଞ୍ଚ ପଦକ ପାଇବା ପରେ ସ୍ଵର୍ଣ ପାଇବ ଆଶା ଦେଖାଇଛନ୍ତି | ମହିଳା ୨୫ ମିଟର ପିସ୍ତଲରେ ମାନୁ ସିଧା ଫାଇନାଲରେ ପ୍ରବେଶ କରିଛନ୍ତି | ସୁପର-୮ କ୍ୱାଲିଫିକେସନ ରାଉଣ୍ଡରେ ମନୁ ଭାକର ଉତ୍ତମ ପ୍ରଦର୍ଶନ କରି ଫାଇନାଲ୍ରେ ଏଣ୍ଟ୍ରି ମାରିଛନ୍ତି | ସେ ୫୯୦ ସ୍କୋର କରିଛନ୍ତି |
Precision ରାଉଣ୍ଡରେ ମନୁ ଯଥାକ୍ରମେ ୯୭,୯୮ ଓ ୯୯ ସ୍କୋର କରିଥିଲେ। ରାପିଡ ରାଉଣ୍ଡରେ ମଧ୍ୟ ସେ ୧୦୦, ୯୮ ଓ ୯୮ ସ୍କୋର କରିଥି ଏହି ରାଉଣ୍ଡରେ ୨ୟ ସ୍ଥାନରେ ରହିଛନ୍ତି | । ଏବେ ପୂରା ଦେଶ ତାଙ୍କ ଠାରୁ ଆଉ ଏକ ପଦକ ଅପେକ୍ଷାରେ ରହିଛି।
ଏହି ପର୍ଯ୍ୟାୟରେ ପଦକ ଦୌଡ଼ରେ ମନୁଙ୍କ ସହ ଈଶା ସିଂହ ମଧ୍ୟ ଥିଲେ | ତେବେ ରାପିଡ ରାଉଣ୍ଡରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ପାରିବାରୁ ପଦକ ଆଶା ହରାଇଛନ୍ତି |
ଏହା ପୂର୍ବରୁ ଅଲମ୍ପିକ୍ସରେ ମନୁ ଭାକର ଇତିହାସ କରିଛନ୍ତି | ଯଦି ଏଥର ଆଉ ଏକ ପଦକ ହାତେଇବେ ତେବେ ନିଜ ରେକର୍ଡ ନିଜେ ଭାଙ୍ଗିବେ |