
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଫସି ଜେଲରେ ଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି | ଦୀର୍ଘ ୧୭ ମାସ ପରେ ଆଜି ସନ୍ଧ୍ୟାରେ ତିହାର ଜେଲରୁ ଏବେ ବାହାରିବେ ମନୀଷ |
ତିହାର ଜେରୁ ମିଳିଥିବା ତଥ୍ୟ ଅନୁସାରେ, ସିସୋଦିଆ କେତେବେଳେ ଜେଲରୁ ବାହାରିବେ ତାହା ଅର୍ଡର ମିଳିବା ସମୟ ଉପରେ ନିର୍ଭର କରେ | ତେବେ ଜେଲ ପକ୍ଷରୁ ସୂଚନା ଦିଆଯାଇଛି, ମନୀଷ ତିହାର ଜେଲର ଗେଟ ନମ୍ବର ୩ ଦେଇ ବାହାରିବେ | ସେ ତିହାରର ଜେଲ ନମ୍ବର ୧ରେ ବନ୍ଦୀ ଅଛନ୍ତି | ସାଧାରଣତଃ, ୧ ନମ୍ବର ଜେଲରେ ଥିବା ବନ୍ଦୀ ୩ ନମ୍ବର ଗେଟ ଦେଇ ବାହାରିଥାନ୍ତି |
ସୁପ୍ରିମକୋର୍ଟ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି | ଏହି ସର୍ତ୍ତରେ ସିସୋଦିଆ ଖିଲାପ କରି ପାରିବେ ନାହିଁ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି | ମନୀଷ ଦେଶ ଛାଡି ଯାଇ ପାରିବେ ନାହିଁ | ତାଙ୍କୁ ତାଙ୍କର ପାସପୋର୍ଟ ସେରେଣ୍ଡାର କରିବାକୁ ପଡିବ | ଜାମିନରେ ଥିବାବେଳେ ତାଙ୍କୁ ପ୍ରତି ସୋମବାର ପୋଲିସ ଷ୍ଟେସନରେ ହଜାର ହେବାକୁ ପଡିବ |