Site icon UTKAL PRATIDIN

ଅଶାନ୍ତ ନିଆଁରେ ଜଳୁଛି ମଣିପୁର, ବନ୍ଦ ହେଲା ଇଣ୍ଟରନେଟ ସେବା

Manipur_1725980914

ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ମଣିପୁରର ସ୍ଥିତି ସମ୍ପୂର୍ଣ ଅଶାନ୍ତ ହୋଇପଡିଛି । ଏଥିଯୋଗୁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆକ୍ରମଣକାରୀଙ୍କୁ ବିରୋଧ କରି ରାଜରାସ୍ତାକୁ ଓଲ୍ହାଇଛନ୍ତି ଶିକ୍ଷାର୍ଥୀମାନେ । ସ୍ଥିତି ଅସମ୍ଭାଳ ହେବାରୁ ରାଜ୍ୟରେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ସେପ୍ଟେମ୍ବର ୧୫ ଯାଏ ଇଣ୍ଟରନେଟ ଶଟଡାଉନ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ମଣିପୁର ସରକାର ସମସ୍ତ ପ୍ରକାରର ଇଣ୍ଟରନେଟ ଓ ମୋବାଇଲ ଡାଟା ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଦିନ ୩ଟାରୁ କଟକଣା ଲାଗୁ ହୋଇଥିବା ବେଳେ ରବିବାର ଦିନ ୩ଟା ଯାଏ ଏହା ବଳବତ୍ତର ରହିବ।ସେହିପରି ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ସମସ୍ତ ପ୍ରକାରର ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମଣିପୁରରେ ବନ୍ଦ ରହିବ।

ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି।ମଣିପୁର ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ବିକ୍ଷୋଭ କରିବା ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସ୍ଥିତିକୁ ଦେଖି ମଣିପୁର ସରକାର ପୂର୍ବ ଇମ୍ଫାଲ ଓ ପଶ୍ଚିମ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛନ୍ତି।

Exit mobile version