ଜଗତସିଂହପୁର: ପୁଅ ଘଟାଇଲା ନାରକୀୟ କାଣ୍ଡ । ବାପା-ମାଆ ଓ ଭଉଣୀକୁ ପଥରରେ ଛେଚି କଲା ହତ୍ୟା । ଜଗତସିଂହପୁରରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ବାପା, ମାଆ ଓ ଭଉଣୀକୁ ପିଟିପିଟି ହତ୍ୟା କରିଛି ସୈତାନ ପୁଅ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅଭିଯୁକ୍ତ ପୁଅ ଫେରାର ଥିବା ନେଇ ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଜଗତସିଂହପୁର ସଦର ଥାନା ଜୟବଡ଼ ଧୋବାସାହିରୁ ସାମ୍ନାକୁ ଆସିଛି ଏଭଳି ନୃଶଂସକାଣ୍ଡ । ଅଭିଯୁକ୍ତ ପୁଅ ଜଣଙ୍କ ହେଉଛନ୍ତି ସୂର୍ଯ୍ୟକାନ୍ତ ସେଠୀ । ତେବେ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ଘରେ ପାଟିତୁଣ୍ଡ କରୁଥିବା ନେଇ ଶୁଣିଥିଲେ ପଡୋଶୀ । ଆଜି ସକାଳୁ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ୩ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।