ଖାଲି ପିଲା ନୁହେଁ, ବଡମାନଙ୍କୁ ବି ବାଇଆ କରିଛି ମୋବଇଲ | ଫୋନ ବାଉଳାରେ କେତେବେଳେ ଜୀବନକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି ନିଜେ ଜାଣି ପାରୁନି | ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ |
ତେଲେଙ୍ଗାନାରେ ଜଣେ ବ୍ୟକ୍ତି ରବିବାର ଦିନ ପାଣି ଗରମ କରିବାକୁ ଯାଉଥିଲେ | ହଠାତ ବିଦ୍ୟୁତ ଝଟକା ଖାଇ ତଳେ ପଡିଗଲେ | ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା | ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା |
ପରେ ଜଣା ପଡିଥିଲା ନିଜର ଭୁଲ ପାଇଁ ବ୍ୟକ୍ତି ଜଣକ ଜୀବନ ହରାଇଲେ ଆଉ ଏହି ବହୁ ପଛର କାରଣ ଥିଲା ମୋବାଇଲ | ଘଟଣାଟି ଖମମ ହନୁମାନ ମନ୍ଦିର ନିକଟରେ ଘଟିଛି |
୪୦ ବର୍ଷ ବୟସ୍କ ଦୋନେପୁଦି ମହେଶ ବାବୁ କୁକୁରକୁ ଗାଧୋଇବା ପାଇଁ ପାଣି ଗରମ କରିବାକୁ ଯାଉଥିଲେ | ଏଥିପାଇଁ ସେ ଇଲେକ୍ଟ୍ରିକ ରଡ଼ ଉଠାଇଛନ୍ତି, ହଠାତ ମୋବାଇଲ ରିଂ ହେଲା | ମହେଶ ଫୋନ ଉଠାଇବା ପରେ ଇଲେକ୍ଟ୍ରିକ ରଡ଼ ପାଣିରେ ପକାଇବା ବଦଳରେ ଅନ୍ୟମନସ୍କ ଭାବେ କାଖ ତଳେ ଚାପି ଦେଲେ ଏବଂ ସୁଇଜ ଅନ କରି ଦେଲେ |
ଏହାପରେ ଜୋରଦାର କରେଣ୍ଟର ଝଟକା ଖାଇ ତଳେ ପଡିଯାଇଥିଲେ | ସଂଗେ ସଂଗେ ଡାକ୍ତର ଖାନା ନିଆଗଲା | ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା |