
ଭୁବନେଶ୍ୱର: ଗତକାଲି ସଂସଦ ପଦରୁ ଇସ୍ତଫା ଦେଇଥିଲେ | ଆଜି ବିଜେପିରେ ସାମିଲ ହେଲେ ମମତା ମହନ୍ତ । ଗୁରୁବାର ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିଛନ୍ତି ମମତା ମହନ୍ତ ।
ଗତକାଲି ହଠାତ ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । ଏ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୂଚନା ଦେଇଥିଲେ | ଏହା ପରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମମତା । ଆଜି ବିଜେପିରେ ସାମିଲ ହୋଇଛନ୍ତି |
ମମତା ତାଙ୍କ ପ୍ରତିକ୍ରିୟାରେ ବିଜେଡ଼ିକୁ ଧନ୍ୟବାଦ ଦେବା ସହ କହିଛନ୍ତି, କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି । ତେବେ ଲୋକଙ୍କ ସେବା କରିବା ମୋର ଲକ୍ଷ୍ୟ । କିନ୍ତୁ ବିଜେଡି ସେ ସୁଯୋଗ ମିଳିଲାନି | ବିଜେଡି ପାଖରେ ମୋର ଆବଶ୍ୟକତା ନାହିଁ | ତେଣୁ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲି ।