Site icon UTKAL PRATIDIN

ଜଳମଗ୍ନ ମାଲକାନଗିରି ସହର

Flood_1725850552

ରାଜ୍ୟରେ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି ।ବର୍ଷା ଲାଗି ରହିବାରୁ କିଛି ସ୍ଥାନ ମଧ୍ୟ ଜଳ ମଗ୍ନ ରହୁଛି ।ଯାହା ଫଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ପ୍ରବଳ ବର୍ଷାରେ ମାଲକାନଗିରିର ସ୍ଥିତି ମଧ୍ୟ ସଙ୍ଗୀନ ହୋଇପଡିଛି ।

ପାଙ୍ଗମ ନଦୀ ପୋଲ ଉପରେ ୨ଫୁଟରୁ ଊର୍ଦ୍ଧ୍ବ ପାଣି ପ୍ରବାହିତ ହୋଇ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦରହିଛି।ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି। ସମ୍ପୂର୍ଣ୍ଣ ଜାତୀୟ ରାଜପଥ ବୁଡ଼ି ଯାଇଥିବା ସୂଚନା ମିଳିଛି । ତଳିଆ ଅଞ୍ଚଳର ଲୋକେ କିପରି ବର୍ଷା ଦିନେ ହଇରାଣ ନ ହେବେ ସନେଇ ପ୍ରଶାସନ କୌଣସି ସ୍ଥାୟୀ ବ୍ୟବସ୍ଥା କରିନଥାଏ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Exit mobile version